ପାଇକ କ୍ଷେତ୍ରିୟ ସମାଜର ସମାବେଶ ପ୍ରସ୍ତୁତି ବୈଠକ

କଲ୍ୟାଣସିଂପୁର (ଅକ୍ଷୟ କୁମାର ପିଡିସିକା): ରାୟଗଡ଼ା ଜିଲ୍ଲା କଲ୍ୟାନିସିଂପୁର ବ୍ଲକର ପାଇକ ସମାଜର ବୈଠକ ନାରାୟଣପୁର ଶିବମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ପାଇକ ସମାଜର ୧୯ଟି ଗ୍ରାମରୁ ୨୦୦ରୁ ଉର୍ଦ୍ଧ୍ବ ପାଇକ ସମାଜର ଲୋକମାନେ ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ଅତିଥି ରୂପେ ରାୟଗଡା ଜିଲ୍ଲା ପାଇକ ସମାଜର ସାଧାରଣ ସମ୍ପାଦକ ଶ୍ରୀ ନିରଞ୍ଜନ ନାୟକ, ବ୍ଲକ ସଭାପତି ଶ୍ରୀ ବିଶ୍ଵନାଥ ରାଉତ, ଉପସଭାପତି ଶ୍ରୀ ମୁନା, ସଂପାଦକ ଶ୍ରୀ ମାଣ୍ଟୁ ଦଣ୍ଡସେନା, ସାଧାରଣ ସମ୍ପାଦକ ସନ୍ତସ କୁମାର ଲମତା, କୋଷାଧ୍ୟକ୍ଷ ଶ୍ରୀ ଟିକି ପରିଚା ଓ ସୁପ୍ରିମକୋର୍ଟ ଆଇନଜୀବୀ ଶ୍ରୀ ଲକ୍ଷ୍ମୀନାରାୟଣ ସ୍ବାଇଁ ଯୋଗଦେଇଥିଲେ । ଏହି ସଭାରେ ଉପସ୍ଥିତ ସମସ୍ତଙ୍କ ମତାମତକୁ ନେଇ ଆସନ୍ତା ୨୦.୦୨.୧୯ ରିଖ ଦିନ ବିଭିନ୍ନ ଦାବିକୁ ନେଇ କଲ୍ୟାନିସିଂପୁର ନିକଟସ୍ଥ କାଳିସୁନ୍ଦରୀ ମନ୍ଦିର ଠାରୁ ଶୋଭା ଯାତ୍ରା କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମାବେଶ କରିବାକୁ ପାଇକ ସମାଜର ଲୋକମାନେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Comments are closed.