ଆସନ୍ତା ମାର୍ଚ୍ଚ ୪ରୁ ଟିଟିଲାଗଡ଼ ମହାଶିବରାତ୍ରି ମେଳା

ଟିଟିଲାଗଡ଼ (ଓଡିଶା ନ୍ୟୁଜ୨୪): ଟିଟିଲାଗଡ଼ କୁମୁଡା ପର୍ଯ୍ୟଟନ କ୍ଷେତ୍ରରେ ଧବଳେଶ୍ୱର ବାବାଙ୍କ ମହାଶିବରାତ୍ରି ମେଳା ଆସନ୍ତା ମାର୍ଚ୍ଚ ୪ ରୁ ୯ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେବ |

ଏ ନେଇ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଲ ତଥା ଧବଳେଶ୍ୱର ଦଧିବାମନ ଟ୍ରଷ୍ଟ ଅଧ୍ୟକ୍ଷ ସୂଧାକର ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଏସଡ଼ିପିଓ ସରୋଜ ମହାପାତ୍ର, ଟ୍ରଷ୍ଟି ଭବାନୀ ପ୍ରସାଦ ହୋତା, ସଂଜୀବ ପାଢ଼ୀ , ଟିଟଲାଗଡ଼ ତହସିଲଦାର ସ୍ଵଦିପ ଟପୋ, ସଇଁତଳା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ | ମେଳା ସମୟରେ ମେଳା ପରିସର ତଥା ସହରରେ ନିରବିଛିନ୍ନ ବିଦ୍ୟୁତ ଯୋଗାଣ, ପରିଚ୍ଛନ୍ନତା, ଦୂଷିତ ଖାଦ୍ୟ ବିକ୍ରୟ ନେଇ ବ୍ୟପକ ତଦାରଖ, ପାନୀୟ ଜଳ ସୁବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା, ମଦ କାରବାର ନିୟନ୍ତ୍ରଣ, ସିସିଟିଭି ଦ୍ୱାରା ନିରୀକ୍ଷଣ, ଆକସ୍ମିକ ଅଗ୍ନିକାଣ୍ଡ ନେଇ ସତର୍କତା, ଟ୍ରାଫିକ ନିୟନ୍ତ୍ରଣ, ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା, ଶୌଚାଳୟ ବ୍ୟବସ୍ଥା, ଅସ୍ଥାୟୀ ସୂଚନା କେନ୍ଦ୍ର ପ୍ରତିଷ୍ଠା ଆଦି ନେଇ ବିଭିନ୍ନ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଏସଆଇ ସରୋଜ ରଞ୍ଜନ ରଥ, ପୂର୍ତ୍ତ ସରକାରୀ ନିର୍ବାହୀ ଯନ୍ତ୍ରୀ ଆଲୋକ ନାୟକ, ସହକାରୀ ଜିଲାପାଳ ଭୁବନ ଶତପଥି, ବରିଷ୍ଠ ଆଇନଜୀବି ରାଧାକାନ୍ତ ପାଢ଼ୀ, ରଣଜିତ ପୃଷ୍ଟି, ପ୍ରଭାସ ବହିଦାର, ଦେବ ଷଡ଼ଙ୍ଗୀ, ହରି ବହିଦାର, ବୁନ୍ଦାବନ ପାଢ଼ୀ, ଉପେନ୍ଦ୍ର ବାଗ, କମ୍ପୂପାଣି ପାଢ଼ୀ, ରାଜେଶ ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.