ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, (୧୨/୦୩) : କୋଭିଡ୍ ନିୟମକୁ ପାଳନକରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ ତତ୍ତ୍ୱାବଧାନରେ ରାୟଗଡ ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।
କୋଭିଡ୍ ନିୟମକୁ ପାଳନକରି ଅନୁଷ୍ଠିତ ଏହି ଲୋକ ଅଦାଲତରେ ରାୟଗଡ ମୁଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶୀପୁରରେ ଦୀର୍ଘ ଦିନ ଧରି ପଡିରହିଥିବା ୮୦ ଟି ମାମଲା ର ଫଇସଲା ହୋଇ ଜରିମାନା ବାବଦକୁ ଟ.୭୨,୧୩,୫୫୩/- (ବାସ୍ତରୀ ଲକ୍ଷ ତେର ହଜାର ପାଞ୍ଚ ଶହ ତେପନ) ଟଙ୍କା ଓ ପ୍ରିଲିଟିଗେସନ ସମ୍ୱନ୍ଧିତ ୩୫ଟି ମାମଲା ର ଫଇସଲା ହୋଇ ଜରିମାନା ବାବଦକୁ ଟ.୯,୮୩,୧୪୨/- (ନଅ ଲକ୍ଷ ତେୟାଶୀ ହଜାର ଶହେ ବୟାଳଶି) ଟଙ୍କା ଆଦାୟ ହୋଇଛି ।
ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡା ପରିଚାଳନା କରିଥିଲେ । ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତୀ ରିନା ଚୌଧୁରୀ ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ପୋµ) ଶ୍ରୀମତୀ ସୋନାଲି ପଟ୍ଟନାୟକ, ରେଜିଷ୍ଟ୍ରି ଦେବିଜ୍ୟୋତି ମହାପାତ୍ର, ବରିଷ୍ଠ ଦଠାଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ମହିଳା କୋର୍ଟ ର ବିଚାରପତି ଶ୍ରୀମତୀ ଶତରୂପା ଶତପଥୀ, ଅନୁବିଭାଗୀୟ ଦଠାଧୀକାରୀ ଶ୍ରୀ ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀମତି ସୁଭାସିନି ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ ଲାଇନ୍ ଅନୁଯାୟୀ ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ରକ୍ଷା କରି ଲୋକମାନେ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ । ସେହିପରି ରାୟଗଡ ପରିବାର ଅଦାଲତ ପରିସରରେ ଆଜି ଲୋକଅଦlଲତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ଦ୍ୱାରା ୭ଟି ଦେୱାନୀ ଓ ୬ଟି ଭରଣ ପୋଷଣ ମାମଲାର ଫଇସଲା ହୋଇଯାଇଛି ।
ଆପୋଷ ବୁଝାମଣା ମାଧ୍ୟମରେ ଏସବୁ ମାମଲାର ଫଇସଲା ପାଇଁ ପରିବାର ଅଦାଲତର କାଉନସେଲର ଶ୍ରୀ ଆଶା ଆକାଶ ଗୁରୁ ସହାୟତା କରିଥିଲେ । ଏହି ଜାତୀୟ ଲୋକ ଅଦାଲତରେ ଭରଣ ପୋଷଣ ତଥା ଆପୋଷ ସମାଧାନ ବାବଦକୁ ସମୁଦାୟ ଟ. ୬,୭୭,୫୨୦/- ଦେୟ ସହ ୧୩ଟି ପୁରୁଣା ପାରିବାରିକ ମାମଲାର ପୂର୍ଣ୍ଣଛେଦ ଘଟିଛି ।