Related Contents

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ହାଲଚାଲ ରାଜନୀତି, ବିରୋଧୀଙ୍କୁ ଘାରିଛି ସୁଜ୍ଞାନଙ୍କ ରାଜନୀତି କ୍ୟାରିୟର

କୋଦଳା(ଜଗନ କୁମାର ସେଠି): ଆଗକୁ ଆସୁଛି ସାଧାରଣ ନିର୍ବାଚନ | ଏଥିଲାଗି ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଲାଣି | ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ୟତମ |

ଏହି ନିର୍ବାଚନ ମଣ୍ଡଳୀକୁ ଓଡିଶାର ମହାନ, ରାଜନୀତିଜ୍ଞ ମାନେ ନଜରରେ ରଖିଥାନ୍ତି | ରାଣୀ ସାହେବ ଭାବେ ଏହି ନିର୍ବାଚନ ମଣ୍ଡଳୀ ବେଶ ପରିଚିତ | ଅପ୍ରତିଦ୍ବନ୍ଦି, ପ୍ରତିଷ୍ଠିତ ଉଚ୍ଚଶିକ୍ଷିତା ନେତ୍ରୀ ହେଉଛନ୍ତି ଖଲ୍ଲିକୋଟ ରାଣୀ ସାହେବ ଭି.ସୁଜ୍ଞାନ କୁମାରୀ ଦେଓ | ସେ ଏପର୍ଯ୍ୟନ୍ତ ୧୦ରୁ ଅଧିକ ଥର ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ଆସନରୁ ବିଜୟ ହାସଲ କରି ରାଜ୍ୟ ରାଜନୀତିରେ ପତିଆରା ଜାହିର କରିଛନ୍ତି | ସ୍ବର୍ଗତ ଶ୍ରୀ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିକୁ ସକ୍ରିୟ କରିବାରେ ସୁଜ୍ଞାନଙ୍କ ବେଶ ଭୂମିକା ରହିଛି | ଯାହାଦ୍ୱାରା ଜଣେ ସ୍ୱାଭିମାନି ମହିୟସୀ ଭାବେ ପରିଚୟ ସୃଷ୍ଟି କରିଥାଏ | ବିଜେଡିକୁ ସଂସ୍କାର,ଆଦରଣୀୟ ଓ ଉଚିତ ସମ୍ନାନ ଦେବା ସହ ରାଣୀ ସାହେବଙ୍କ ଅବଦାନ ଅତୁଳନୀୟ | ସୁଜ୍ଞାନଙ୍କ ରାଜନୀତିର କ୍ୟାରିଅର ଓ ଲୋକପ୍ରିୟତା ଦେଖି ବିରୋଧୀ ଭ୍ରାମ୍ୟମାଣ ହେବା ସହ ବିରୋଧୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି |

ଓଡିଶା ରାଜନୀତିରେ ବିଜେଡି ଗଡ଼ ଭାବେ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ରହିଥାଏ | କବିସୂର୍ଯ୍ୟନଗର ଆସନରେ ବିରୋଧୀଙ୍କୁ ପଛରେ ପକାଇ ସୁଜ୍ଞାନ ବିଜୟ ମୁକୁଟ ପିନ୍ଧିବାରେ ସକ୍ଷମ ହେବା ସହିତ ଇତିହାସ ସୃଷ୍ଟି କରିଛନ୍ତି | ଜନସାଧାରଣ ସମସ୍ୟାର ସମାଧାନ, ଦୁଃଖୀ ପରିବାରର ଦୁଃଖକୁ ଲାଘବ କରିବାରେ ସେ ଅଧିକ ଦୃଷ୍ଟି ଦେଇଥାନ୍ତି | ଯାହା ଦ୍ୱାରା ଲୋକପ୍ରିୟତାରେ ବହୁତ ଆଗରେ | ବିରୋଧୀଙ୍କ ପ୍ରଚାର ସତ୍ୱେ ମଧ୍ୟ ସୁଜ୍ଞାନଙ୍କ ରଣକୌଶଲ ଆଗରେ ବିରୋଧୀମାନେ ନାକେଦମ ହେଉଛନ୍ତି | ଦଳ ବିରୋଧୀ କାର୍ଯ୍ୟ ଲାଗି ୨୦୧୪ରେ ବିଜେଡିରୁ ବହିସ୍କୃତ ହୋଇ ସ୍ୱାଧୀନ ପ୍ରାଥୀ ଭାବେ ଲଢ଼ିଥିବା ହର ପ୍ରସାଦ ସାହୁଙ୍କ ସମସ୍ତ ଉଦ୍ୟମକୁ ସୁଜ୍ଞାନ କରିଥିଲେ ନାକାମ | ଶ୍ରୀ ସାହୁ ଅଧିକରୁ ଅଧିକାଂଶ ଭୋଟ ପାଇ ପରାଜୟ ବରଣ କରିଥିଲେ | ନବୀନଙ୍କ ନିକଟତର, ପ୍ରଥମ ପସନ୍ଦରେ ରାଣୀ ସାହେବ ଏବେବି ରହିଛନ୍ତି | ତେବେ ସେ ନିର୍ବାଚନ ମଣ୍ଡଳୀ ନୁହଁ ସାରା ଜିଲ୍ଲାରେ ସେ ବେଶ ଲୋକପ୍ରିୟ |ଲୋକଙ୍କ ସେବା ଓ ନିଜ ନିର୍ବାଚନ ମଣ୍ଡଳୀରେ ରଣକୌଶଣ ଜାରି ରଖିଛନ୍ତି | ରାଣୀ ସାହେବଙ୍କ ଗୋଟିଏ ମିଶନ ଲୋକଙ୍କ ସହିତ ଥିଲେ, ଅଛନ୍ତି ଆଉ ରହିବେ | କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଏନ.ଏସି ଉପାଧ୍ୟକ ହର ପ୍ରସାଦ ସାହୁଙ୍କ ରାଜନୌତିକ ଜୀବନ | ସାଧାରଣରେ ଚର୍ଚ୍ଚା ହେଉଛି ଗୁରୁ ଦ୍ରୋହି ହର ସାହୁ | ପୂର୍ବଦିନେ ଗଞ୍ଜାମ ଟାଇଗର ଭାବେ ଜଣାଶୁଣା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ସହ ଶ୍ରୀସାହୁ ଜଡିତ ହୋଇ ରାଜନୌତିକ ଜୀବନ ଆରମ୍ଭ କରି ରାଜନୀତି ମୌଦାନକୁ ଓ଼ହ୍ନାଇଥିଲେ | ଶେଷରେ ହର ସାହୁ ନିଜର ବୁଦ୍ଧି ଓ ପଲିଟିକ୍ସ କରି ଶ୍ରୀ ପଟ୍ଟନାୟକଙ୍କୁ ଧୋକା,ଲୋକଲଜ୍ୟା କରି ଦଳକୁ ଅପମାନିତ କରିଥିଲେ | ଏହି ଭଳି ନେତା ଦଳର ଉତଥାନ ପରିବର୍ତ୍ତେ ପତନ ବି କରିପାରେ ବୋଲି ସାଧାରଣ ଜନତାଙ୍କ ଭିତରେ ପ୍ରଶ୍ନବାଚୀ ହୋଇଛି | ଗୁରୁଙ୍କୁ ନ ମଣିମ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର ଅର୍ଥାତ, ୨୦୦୯ରେ ରାଜନୈତିକ ଜୀବନ ଆରମ୍ଭ ହୋଇକରି ୨୦୧୪ ନିର୍ବାଚନ ବେଳେ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଶ୍ରୀ ସାହୁଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା | ପୂର୍ବରୁ ସେ କୋଦଳା ଏନ.ଏସିର ଅଧ୍ୟକ୍ଷ ସହିତ ଏବେ ମଧ୍ୟ ଉପାଧ୍ୟକ ପଦରେ ଥିଲେ | ଏହି ଭଳି ବ୍ୟକ୍ତି ଦଳରେ ରହି ବିଜେଡି ଦଳକୁ ଗୋଇଠା ମାରନ୍ତି ବୋଲି ଚର୍ଚ୍ଚା ଚାଲିଛି | ହର ପୁଣି ବିଜେଡି ଲାଗି କରିବା ସହ ଆମ ନେତା ନବୀନ, ଆମେ ସ୍ୱାଧୀନ ଯେଉଁ ନାରାଦେଉଛନ୍ତି ସେ ଅସୁବିଧାର ଫାଇଦା ନେଇ ବିଜେଡ଼ିକୁ ଗୋଇଠା ମାରିଲା ପରି କାର୍ଯ୍ୟ କରୁନାହାନ୍ତି ତ | ନବୀନଙ୍କ ଲୋକପ୍ରିୟତାକୁ ପାଥେୟ କରି ବିଭିନ୍ନ ପଞ୍ଚାୟତରେ ବଡ ବଡ ପୋଷ୍ଟର ମାରି ଏବଂ ଶ୍ରୀ ସାହୁ ନିଜ ବ୍ୟକ୍ତିତ୍ୱର ପ୍ରଚାର ପ୍ରସାର ପତିଆରା ଜାହିର ଲାଗି ଚେଷ୍ଟା କରୁଥିଲେ ମଧ୍ୟ ଏଯାଏ ତାଙ୍କ ଉପରୁ ବହିଷ୍କାର ନିର୍ଦେଶ ପ୍ରତ୍ୟାହୃତ ହୋଇନାହିଁ | ହର ସେନା ଓ ସୁଜ୍ଞାନ ସେନାଙ୍କ ମଧ୍ୟର ଟକ୍କର ଚାଲିଛି | ଜଣେ ବହିସ୍କୃତ ନେତା କେଉଁ ପରିସ୍ଥିତିରେ ସମର୍ଥନ ଲୋଡୁଛନ୍ତି ତାହା ଅଞ୍ଚଳବାସି ବିଚାର କରିବେ ବୋଲି ସୁଜ୍ଞାନ ସେନା ପକ୍ଷରୁ କୁହାଯାଇଛି | ସେପଟେ ଦଳୀୟ ନେତା ଓ କର୍ମୀ ତାଙ୍କ ଶିବିରରେ ସାମିଲ ନହୋଇ ସୁଜ୍ଞାନ ସେନା ପ୍ରତି ସମର୍ଥନ ଜଣାଇବା ସହିତ ରାଣୀ ସାହେବଙ୍କ ନିକଟତର ହେଉଥିବା ଜଣାପଡିଛି | ଏଥି ସହିତ ଟିକେଟକୁ ନେଇ କବିସୂର୍ଯ୍ୟନଗର ଅଞ୍ଚଳରେ ଅଙ୍କକଷା ଆରମ୍ଭ ହୋଇଛି | ଯଦି ସୁଜ୍ଞାନଙ୍କୁ ଟିକେଟ ନମିଳେ ତେବେ ଦଳରେ ଗୋଷ୍ଠୀ କନ୍ଦଳ ଦେଖାଦେବ ବୋଲି ବୃଦ୍ଧିଜୀବି ମହଲରେ ଚର୍ଚ୍ଚା ହୋଉଛି | ଏଥିପ୍ରତି ହାଇକମାଣ୍ଡ ଦୃଷ୍ଟିଗୋଚର କରିବା ସହ ସୁପ୍ରିମୋ ବିଚାର କରିବେ ବୋଲି ଅଞ୍ଚଳରେ ଲୋକେ ପ୍ରକାଶ କରୁଛନ୍ତି |

Comments are closed.