ନିର୍ଦ୍ୱନ୍ଦ ରେ ବ୍ଳକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଅମ୍ରିତା କାଡ୍ରାକା

0
379
ନିର୍ଦ୍ୱନ୍ଦ ରେ ବ୍ଳକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୨/୩) : ନିର୍ଦ୍ୱନ୍ଦ ରେ ବ୍ଳକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଅମ୍ରିତା କାଡ୍ରାକା । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଦୁଇଟି ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚିତ ହେବାପରେ ଗତକାଲି ନାଏବ ସରପଞ୍ଚ ନିର୍ବାଚନ କରାଯାଇଥିଲା ।

ତାହା ଆଜି ସମିତି ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀ ଚୟନ କରି ନାମାଙ୍କନ ପତ୍ର ଦାଖଲ କରିଥିଲେ । ୧୪ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କୁ ନେଇ ଅଧକ୍ଷା ପଦବୀ ପୂରଣ କରାଯାଇଛି । ଏଥିରେ ୮ ଟି ସମିତି ସଭ୍ୟ ସଭ୍ୟା ବିଜେଡି ସମର୍ଥକ ହୋଇଥିବା ବେଳେ, ୪ ଟି କଂଗ୍ରେସ ଓ ୨ ଟି ବିଜେପି ସମର୍ଥକ ପ୍ରାର୍ଥୀ ରହିଥିଲେ । ଏଥିରେ ବିଜେଡି ସମର୍ଥିତ ସମିତି ସଭ୍ୟା ପ୍ରାର୍ଥୀନୀ ଅମ୍ରିତା କାଡ୍ରାକା ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ଅନ୍ୟ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରି ନଥିଲେ । ଯାହା ଫଳରେ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁଧାକର ରଇତ ଅମ୍ରିତା କାଡ୍ରାକାଙ୍କୁ ନିର୍ଦ୍ୱନ୍ଦ ରେ ବ୍ଳକ ଅଧ୍ୟକ୍ଷା ଭାବେ ବିଜୟୀ ଘୋଷଣା କରିଛନ୍ତି । ଜିପିଓ ମାନସ ରଞ୍ଜନ ପ୍ରଧାନ, ଏବିଡ଼ିଓ ବଳରାମ ପାତ୍ର, ଥାନା ଅଧିକାରୀ ସୁକୁମା ହଂସଦା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ଭାବେ ହେବ ସି ଆରପିଏଫ, ପୁଲିସ ମୁତୟନ କରାଯାଇଥିଲା । ନିର୍ଦ୍ୱନ୍ଦରେ ବିଜେଡି ସମର୍ଥିତ ସମିତି ସଭ୍ୟା ପ୍ରାର୍ଥୀନୀ ବ୍ଳକ ଅଧ୍ୟକ୍ଷା ହେବାରୁ ବିଜେଡି ଦଳ ର ସମର୍ଥିତ କର୍ମୀ ଙ୍କ ମହଲରେ ଖୁସି ର ଲହରୀ ଦେଖିବା କୁ ମିଳିଛି ।