ରିପୋର୍ଟ : ନରତ୍ତମ ପାଢୀ
ରାୟଗଡା, ତା-(୧୧/୩) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଗୁଡା ପଞ୍ଚାୟତ ଅଫିସ ଠାରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଛି ।
ମୁନିଗୁଡା ପଞ୍ଚାୟତ ଅଫିସ ଠାରେ ୧୫ ଟି ୱାର୍ଡ ର ଦୁଇ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଚନ୍ଦ୍ରକଳା ଦୁବେ ଓ ଚିତ୍ତରଞ୍ଜନ ଦୁଇ ପ୍ରାର୍ଥୀ ରୁ ଚନ୍ଦ୍ରକଳା ଦୁବେ ୮ ଗୋଟି ଭୋଟ ପାଇଥିବା ବେଳେ ଏବଂ ଚିତ୍ତରଞ୍ଜନ ୫ ଗୋଟି ଭୋଟ ପାଇଛନ୍ତି । ଏଥି ମଧ୍ୟରେ ଚନ୍ଦ୍ରକଳା ଦୁବେ ୩ ଗୋଟି ଭୋଟରେ ବିଜୟ ଲାଭ କରିଛନ୍ତି । ସରପଞ୍ଚ ପ୍ରାର୍ଥିନୀ ସରସ୍ୱତୀ ଶବର ସମସ୍ତ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ମିଳିମିଶି କାମ କରିବା ବୋଲି ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ଙ୍କୁ ଉପସ୍ଥାପନ ଦେଇଥିଲେ ।
ସେହିପରି ଚାଟିକଣା ପଞ୍ଚାୟତ ଠାରେ ନାୟବ ସରପଞ୍ଚ ପାଇଁ ଜ୍ୟୋତି କୃଷିକା ଆଉ ଇଶ୍ୱର ସେନାପତି ଙ୍କ ମଧ୍ୟରେ ଭୋଟ ହେଇଥିଲା, ଏଥିରେ ଜ୍ୟୋତି କୃଷିକା ୧୨ ଖଣ୍ଡ ଭୋଟ ପାଇଥିବା ବେଳେ ଇଶ୍ୱର ସେନାପତି ୨ ଖଣ୍ଡ ଭୋଟ ପାଇଥିଲେ, ଜ୍ୟୋତି କୃଷିକାଙ୍କୁ ନାୟବ ସରପଞ୍ଚ ଭାବେ ଘୋଷଣା କରାଯାଇଥିଲା । ଶେଷରେ ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀ ପୂର୍ଣଚନ୍ଦ୍ର ଗୌଡ ସାହାଯ୍ୟ ସହଯୋଗ ରେ ଆମେ ଅଛୁ ବୋଲି କହିଥିଲେ ।