ମୁନିଗୁଡା ପଞ୍ଚାୟତ ଅଫିସ ଠାରେ ନାଏବ ସରପଞ୍ଚ ଚୟନ ପ୍ରକିୟା ଶେଷ

0
144
ମୁନିଗୁଡା ପଞ୍ଚାୟତ ଅଫିସ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡା, ତା-(୧୧/୩) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଗୁଡା ପଞ୍ଚାୟତ ଅଫିସ ଠାରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଛି ।WhatsApp Image 2022 03 12 at 8.22.28 AM ମୁନିଗୁଡା ପଞ୍ଚାୟତ ଅଫିସ ଠାରେ ନାଏବ ସରପଞ୍ଚ ଚୟନ ପ୍ରକିୟା ଶେଷ

ମୁନିଗୁଡା ପଞ୍ଚାୟତ ଅଫିସ ଠାରେ ୧୫ ଟି ୱାର୍ଡ ର ଦୁଇ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଚନ୍ଦ୍ରକଳା ଦୁବେ ଓ ଚିତ୍ତରଞ୍ଜନ ଦୁଇ ପ୍ରାର୍ଥୀ ରୁ ଚନ୍ଦ୍ରକଳା ଦୁବେ ୮ ଗୋଟି ଭୋଟ ପାଇଥିବା ବେଳେ ଏବଂ ଚିତ୍ତରଞ୍ଜନ ୫ ଗୋଟି ଭୋଟ ପାଇଛନ୍ତି । ଏଥି ମଧ୍ୟରେ ଚନ୍ଦ୍ରକଳା ଦୁବେ ୩ ଗୋଟି ଭୋଟରେ ବିଜୟ ଲାଭ କରିଛନ୍ତି । ସରପଞ୍ଚ ପ୍ରାର୍ଥିନୀ ସରସ୍ୱତୀ ଶବର ସମସ୍ତ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ମିଳିମିଶି କାମ କରିବା ବୋଲି ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ଙ୍କୁ ଉପସ୍ଥାପନ ଦେଇଥିଲେ ।

ସେହିପରି ଚାଟିକଣା ପଞ୍ଚାୟତ ଠାରେ ନାୟବ ସରପଞ୍ଚ ପାଇଁ ଜ୍ୟୋତି କୃଷିକା ଆଉ ଇଶ୍ୱର ସେନାପତି ଙ୍କ ମଧ୍ୟରେ ଭୋଟ ହେଇଥିଲା, ଏଥିରେ ଜ୍ୟୋତି କୃଷିକା ୧୨ ଖଣ୍ଡ ଭୋଟ ପାଇଥିବା ବେଳେ ଇଶ୍ୱର ସେନାପତି ୨ ଖଣ୍ଡ ଭୋଟ ପାଇଥିଲେ, ଜ୍ୟୋତି କୃଷିକାଙ୍କୁ ନାୟବ ସରପଞ୍ଚ ଭାବେ ଘୋଷଣା କରାଯାଇଥିଲା । ଶେଷରେ ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀ ପୂର୍ଣଚନ୍ଦ୍ର ଗୌଡ ସାହାଯ୍ୟ ସହଯୋଗ ରେ ଆମେ ଅଛୁ ବୋଲି କହିଥିଲେ ।