ପଂଚାୟତ ଗଠନର ୩ବର୍ଷ ପରେ ବି ମିଳୁନି ଚାଉଳ- ପ୍ରଶାସନର ଜାଣିଶୁଣି ଅଣଦେଖା

ଆଗଲପୁର(ଓଡିଶା ନ୍ୟୁଜ୨୪): ଆଗଲପୁର ବ୍ଲକ ଡୁଡୁକା ପଞ୍ଚାୟତକୁ ଗତ ପଂଚାୟତ ନିର୍ବାଚନ ସମୟରେ ବିଭାଜନ କରି ନୂତନ ଲୁହୂରମୁଣ୍ଡା ପଞ୍ଚାୟତ ଗଠିତ ହୋଇଥିଲା |

ଲୁହୁରାମୁଣ୍ଡା ପଞ୍ଚାୟତର କେତେକ ଗ୍ରାମ ଡୁଡୁକାକୁ ୭କିଲୋମିଟର ଦୂର ହୋଇଥିବାରୁ ଅଞ୍ଚଳବାସୀ ପଞ୍ଚାୟତ ବିଭାଜନ ପାଇଁ ଦାବି କରିଥିଲେ | କିନ୍ତୁ ନୂତନ ପଞ୍ଚାୟତ ଗଠନରେ ୩ବର୍ଷ ବିତି ଯାଇଥିଲେ ମଧ୍ୟ ଲୁହୁରା ମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ଦିଆଯାଉନାହିଁ | ଅନ୍ୟ ପକ୍ଷରେ ଡୁଡୁକା ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନ ହେଉଥିବାରୁ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଅଞ୍ଚଳବାସୀ ଏନେଇ ଆଗଲପୁର ବିଡିଓଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୋଣସି ସୁଫଳ ମିଳୁନାହିଁ | ଅଞ୍ଚଳବାସୀଙ୍କ ଦାବି ପ୍ରତି ବ୍ଲକ ପ୍ରଶାସନର ଅବହେଳା ମନୋଭାବ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ୩ବର୍ଷ ହେଲା ଲାଗି ରହିଥିବା ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି | ପ୍ରଶାସନ ଏ ନେଇ କୋଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଲନ କରିବାକୁ ଚେତାବନୀ ଦେଇଛନ୍ତି ଲୁହୂରମୁଣ୍ଡା ଗ୍ରାମବାସୀ |

Comments are closed.