ରୋକମ୍ ସତୀଶ ହେଲେ ଖାନ୍ଦବା ନାଏବ ସରପଞ୍ଚ

0
157
ରୋକମ୍ ସତୀଶ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୦୩) : ଆଜି ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ର ସମସ୍ତ ପଞ୍ଚାୟତ ରେ ପରୋକ୍ଷ ଭାବେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ରୋକମ୍ ସତୀଶ ଙ୍କୁ ଖାନ୍ଦବା ପଞ୍ଚାୟତ ର ନାଏବ ସରପଞ୍ଚ ଭାବେ ନିର୍ବାଚିତ କରାଯାଇଛି ।

ଆଜି କାଶୀନଗର ବ୍ଲକ ର ୧୨ ଟି ପଞ୍ଚାୟତ ରେ ଆଜି ନାଏବ ସରପଞ୍ଚ ପାଇ ନିର୍ବାଚନ ଅନୁଷ୍ଠିତ ହେଉଛି । ସେଥି ମଧ୍ୟରୁ ଖାନ୍ଦବା ପଞ୍ଚାୟତ ରେ ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ରୋକମ୍ ସତୀଶ ଙ୍କୁ ନାଏବ ସରପଞ୍ଚ ଭାବେ ନିର୍ବାଚିତ କରିଥିବାରୁ ସେ ପଞ୍ଚାୟତ ବାସୀ ଓ ୱାର୍ଡ ମେମ୍ବର ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିଭଳି ବୁଦୁରା ପଞ୍ଚାୟତ ରୁ ହେମଲତା ମିଶାଇ ଙ୍କୁ ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚ ଶ୍ରୀ ସଞ୍ଜୟ ମିଶ୍ର କହିଛନ୍ତି ।