Related Contents

ରକ୍ତପରୀକ୍ଷାରେ ଦଲାଲ ସାଜିଛନ୍ତି କିଛି ଯୁବତୀ-ଭୀମଭୋଇ ମେଡିକାଲ କଲେଜ,ବଲାଙ୍ଗୀର

ବଲାଙ୍ଗୀର(ଓଡିଶା ନ୍ୟୁଜ୨୪): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ନିଦାନ ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଛି | ସରକାରଙ୍କ ନିଦାନ ଯୋଜନାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ରହିଛି | କିନ୍ତୁ ରକ୍ତ ପରୀକ୍ଷା, ଏକ୍ସରେ ଆଦି ପରୀକ୍ଷାରେ ଦଲାଲ ରାଜ ଚାଲିଥିବା ଅଭିଯୋଗ ହୋଇଛି |

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ପ୍ରତିଦିନ ରକ୍ତ ପରୀକ୍ଷା ପାଇଁ ଶହଶହ ସଂଖ୍ୟାରେ ରୋଗୀ ଆସିଥାନ୍ତି | କିନ୍ତୁ ଡାକ୍ତରଖାନା ଦଲାଲ ମାନଙ୍କ କବଜାରେ ଥିବାରୁ ଘରୋଇ ପଥୋଲ୍ୟାଵକୁ ଯିବାକୁ ରୋଗୀମାନଙ୍କୁ କହୁଥିବା ଅଭିଯୋଗ ହଉଛି | ଏଭଳି ଦଲାଳି କାରବାରର ଅନେକ ଯୁବତୀ ବି ସଂଶ୍ଲିଷ୍ଟ ଥିବା କହିଛନ୍ତି କିଛି ରୋଗୀ | ଡାକ୍ତରଖାନା ଆଉଟ ଡୋର, ଜରୁରୀ ୱାର୍ଡ, ରକ୍ତ ପରୀକ୍ଷା କେନ୍ଦ୍ର ନିକଟରେ କିଛି ଯୁବତୀ ମାନେ ବୁଲାବୁଲି କରୁଛନ୍ତି | ରୋଗୀ ପ୍ରେସକ୍ରିପସନ ଧରି ଆସିଲେ ସେମାନଙ୍କୁ ଘରୋଇ ପ୍ୟାଥୋଲ୍ୟାଵରେ ପରୀକ୍ଷା ପାଇଁ ପ୍ରବର୍ତ୍ତାଉଛନ୍ତି | ଏଭଳି ବେଆଇନ କାରବାରରେ ଡାକ୍ତରଖାନା ରକ୍ତ ପରୀକ୍ଷା କେନ୍ଦ୍ରର କେତେକ କର୍ମଚାରୀ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହେଉଛି | ଏଭଳି ଅବସ୍ଥାରେ ଡାକ୍ତରଖାନା କର୍ତ୍ତୃପକ୍ଷ ବନ୍ଦ କରିବାରେ ସକ୍ଷମ ମଧ୍ୟ ହେଉନାହାନ୍ତି | ଅନ୍ୟପକ୍ଷରେ ଡାକ୍ତରଖାନାକୁ ଆସୁଥିବା ଲୋକେ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି | ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି |

Comments are closed.