ରାମଗଡ ପଞ୍ଚାୟତରେ ନବ ନିର୍ବାଚିତ ପ୍ରାର୍ଥୀ ଙ୍କ ଦ୍ୱାରା ନାଏବ ସରପଞ୍ଚ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦୀ ରେ ଚୟନ

0
508
ରାମଗଡ ପଞ୍ଚାୟତରେ ନବ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୨/୦୩) : ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତରେ ନବ ନିର୍ବାଚିତ ହୋଇଥିବା ପ୍ରାର୍ଥୀ ମାନଙ୍କ ଦ୍ୱାରା ବିନା ପ୍ରତିଦ୍ୱନ୍ଦୀ ରେ ନାଏବ ସରପଞ୍ଚ ପ୍ରାର୍ଥୀ ଚୟନ କରାଯାଇଛି ।WhatsApp Image 2022 03 12 at 8.20.40 AM ରାମଗଡ ପଞ୍ଚାୟତରେ ନବ ନିର୍ବାଚିତ ପ୍ରାର୍ଥୀ ଙ୍କ ଦ୍ୱାରା ନାଏବ ସରପଞ୍ଚ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦୀ ରେ ଚୟନ

ସୂଚନା ମତେ ରାମଗଡ ପଞ୍ଚାୟତ ଟି ୧୪ ଗୋଟି ୱାର୍ଡ ର ୫,୪୪୯ ଭୋଟର କୁ ନେଇ ଗଠିତ । ଚଳିତ ବର୍ଷ ଏହି ପଞ୍ଚାୟତରେ ପଞ୍ଚାୟତବାସୀ ଙ୍କ ସମର୍ଥିତ ସରପଞ୍ଚ ଭାବେ ଶ୍ରୀମତୀ ପ୍ରବାସିନୀ ଯୋଶୀ ବିଜୟୀ ଲାଭ କରିଥିବା ବେଳେ ବିନା ପ୍ରତିଦ୍ୱନ୍ଦୀ ରେ ୬୦ ଶତକଡା ୱାର୍ଡ ମେମ୍ବର ପ୍ରାର୍ଥୀ ଓ ପ୍ରାର୍ଥୀନୀ ଚୟନ ହୋଇଥିଲେ । ସେହିଭଳି ରାମଗଡ ପଞ୍ଚାୟତରେ ନବ ନିର୍ବାଚିତ ପ୍ରାର୍ଥୀ ଙ୍କ ଦ୍ୱାରା ବିନା ପ୍ରତିଦ୍ୱନ୍ଦୀ ରେ ସମିତି ସଭ୍ୟ ଚୟନ ମଧ୍ୟ କରାଯାଇଥିଲା ।

ଗତକାଲି ନିର୍ବାଚନ କମିଶନର ଓ ରାଜ୍ୟ ସରକାର ଙ୍କ ନିୟମ ଅନୁଯାଇ ସରପଞ୍ଚ ଶ୍ରୀମତୀ ପ୍ରବାସିନୀ ଯୋଶୀ ଙ୍କ ନେତୃତ୍ୱ ରେ ପଞ୍ଚାୟତରେ ନବନିର୍ବାଚିତ ୱାର୍ଡ ମେମ୍ବର ଙ୍କ ଉପସ୍ଥିତ ରେ ବିନା ପ୍ରତିଦ୍ୱନ୍ଦୀ ରେ ପଦ୍ୟୁମ୍ନ ମାହାକୁଡ଼ ଙ୍କୁ ନାଏବ ସରପଞ୍ଚ ଆସନରେ ମନନୀତ କରାଯାଇଛି । ତେଣୁ ଆଗାମୀ ୫ ବର୍ଷ ରାମଗଡ ପଞ୍ଚାୟତର ବିକାଶ ଧାରା ପରିବର୍ତନ ହେବ ବୋଲି ପଞ୍ଚାୟତବାସୀ ଆଶା ବାନ୍ଧିଛନ୍ତି ।