ଟୀକାକରଣ ସଚେତନତା ରଥ ଉଦଘାଟିତ

0
147
ଟୀକାକରଣ ସଚେତନତା ରଥ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୧/୦୩) : ବୌଦ୍ଧ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଟୀକାକରଣ ସଚେତନତା ରଥ ଉଦଘାଟିତ ହୋଇଯାଇଛି lWhatsApp Image 2022 03 12 at 8.20.38 AM 1 ଟୀକାକରଣ ସଚେତନତା ରଥ ଉଦଘାଟିତ

ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅଭୟ କୁମାର ଦାଶ ସବୁଜ ପତାକା ଦେଖାଇ ଟୀକାକରଣ ସଚେତନତା ରଥ ର ଉଦଘାଟନ କରିଥିଲେ l ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡକ୍ଟର ମଦନ ମୋହନ ପ୍ରଧାନ, ଏଡିଏଚଓ ଡକ୍ଟର ହେମ୍ବ୍ରମ, ଏମଓ ଆଇସି ଡକ୍ଟର ସାଏ, ଆଡ଼େଣିଗଡ଼ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର, ଡି ପି ଏମ, ଏନଏଚଏମ, ଡିଏମଆରସି, ପ୍ଲାନ ଇଣ୍ଡିଆର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହିତ ୫୦ ରୁ ଅଧିକ ଏଏନଏମ କର୍ମୀ ଓ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ l

ଗ୍ରାମାଞ୍ଚଳ ରେ ଟୀକାକାରଣ କୁ ଅଧିକ ଗୁରୁତ୍ୱ ଦିଆଯାଇ ପ୍ଲାନ ଇଣ୍ଡିଆ ତରଫରୁ ସଚେତନତା ରଥ ର ଶୁଭାରମ୍ଭ କରାଯାଇଥିଲା l ଏହି ରଥ ପ୍ରତି ଗାଁ ବୁଲି ସଚେତନତା ସୃଷ୍ଟି କରିବାରେ ସହାୟକ ହେବ l ଆସନ୍ତା ପନ୍ଦର ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯିବ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଡିପିଏମ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି l