Friday, March 29, 2024

Top 5 This Week

Related Posts

ସରକାରୀ ଯୋଜନା ରୁ ବଞ୍ଚିତ ଅସହାୟ ବିଧବା ମହିଳା : ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ଼, (ତା୧୧/୦୩) : ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟକାରୀ କରାଯାଇଥିବା ଯୋଜନା ଗୁଡିକର ସଠିକ ରୂପାୟନ ହେବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ଯୋଜନା ରୁ ବଞ୍ଚିତ ଅସହାୟ ବିଧବା ମହିଳା

ଏପରି କି ଜଣେ ମହିଳାଙ୍କ ସ୍ଵାମୀଙ୍କ ନାମ ବିପିଏଲ କାର୍ଡରେ ନ ଥିବା ବେଳେ ଅନ୍ୟ ସମସ୍ତ ପରିବାର ଲୋକଙ୍କ ନାମ ଉଲ୍ଲେଖ ରହିଛି । ହେଲେ ଉକ୍ତ ମୃତ ବ୍ୟକ୍ତିଙ୍କ ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବା ଯୋଗୁଁ ଅନ୍ତଦୋୟ ଅନ୍ନ ଯୋଜନାରେ ତାଲିକା ଭୁକ୍ତ ରହିଛନ୍ତି । ଗରିବରୁ ଅଧିକ ଗରିବ ଶ୍ରେଣୀର ଲୋକଙ୍କୁ ଉକ୍ତ ଏ.ପି.ଏଲ ପରିଚୟ ପତ୍ର ପ୍ରଦାନ କରାଯାଇଥାଏ । ହେଲେ ଏପରି ସ୍ଥଳେ ସେ ଗରିବ ବୋଲି କିଭଳି ପ୍ରମାଣ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ସରକାରୀ ଯୋଜନା ରୁ ବଞ୍ଚିତ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଗତ ୨୦୧୫ ମସିହା ରୁ ନିୟମିତ ସେ ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟାଳୟ କୁ ଧାଇଁ ସୁଦ୍ଧା କିଛି ସୁଫଳ ପରିବାର ଲୋକେ ନ ପାଇ ନିରାଶ ହେବା ସାର ହୋଇଛି । ୱାର୍ଡ-ନଂ-୧୩ ନିଵାସୀ ହାଟପଦା ପଡ଼ାର ରାଜନ ବାଗ ନାମକ ଜଣେ ବ୍ୟକ୍ତି ଙ୍କ ଏପରି ମୃତ୍ୟୁ ପରେ ଟିଟିଲାଗଡ଼ ପୌରପରିଷଦ ତରଫରୁ ଏ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles