Related Contents

ରାଜଗାଙ୍ଗପୁରରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳନ

ରାଜଗାଙ୍ଗପୁର(ରାଜେଶ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ରାଣୀବନ୍ଧ ଛକ ଠାରେ ପାଳନ କରାଯାଇଥିଲା ।

ଯେଉଁ ମାନେ ଦୁଇ ଚକିଆ ଯାନବାହାନରେ ହେଲମେଟ ଓ ଚାରି ଚକିଆ ଯାନ ବାହାନରେ ସିଟ ବେଲ୍ଟ ବ୍ୟବହାର କରୁ ନାହାନ୍ତି, ସେମାନଙ୍କୁ ସ୍କୁଲର କୁନି କୁନି ପିଲାମାନେ ଏବଂ ଶିକ୍ଷକ ମାନେ ତାଙ୍କୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ବିଷୟରେ ବୁଝାଉଥିଲେ । ୨୦୧୮ମସିହାରେ ସମଗ୍ର ଭାରତ ବର୍ଷରେ ରାସ୍ତା ଦୁର୍ଘଟଣାରେ ପ୍ରାୟ ଦେଢ଼ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ଓ ପାଞ୍ଚ ଲକ୍ଷ ଲୋକ ଆହତ ହୋଇଛନ୍ତି। ଏହି ଅବସରରେ ଆମେ ସମସ୍ତେ ଜନସାଧାରଣଙ୍କୁ ନିବେଦନ କରୁଅଛୁ ଯେ ଯାନ ବାହନରେ ଯାତ୍ରା ସମୟରେ ସଦାସର୍ବଦା ସତର୍କତା ଅବଲମ୍ବନ କରି ଟ୍ରାଫିକ ନିୟମ ପାଳନ କରନ୍ତୁ । ଏବଂ ନିଜର ବହୁ ମୂଲ୍ୟ ଜୀବନ ସୁରକ୍ଷିତ କରନ୍ତୁ । ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ୪ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ୩୦ତମ ଜାତୀୟ ସଡ଼କ ସୁରକ୍ଷା ପାଳନ ହେଉଥିଲା । ରାଜଗାଙ୍ଗପୁର ପୋଲିସ ଆଇ.ଏସ.ଆଇ ପ୍ରଦୀପ କୁମାର ଜେନା ଏବଂ ତାଙ୍କ ସହକର୍ମୀ ସ୍କୁଲ ର କୁନି କୁନି ପିଲାମାନଙ୍କ ସହ ମିଶି ସହାୟତ କରିଥିଲେ ।

Comments are closed.