Friday, March 29, 2024

Top 5 This Week

Related Posts

ଇମ୍ଫା କାରଖାନା ରେ ୫୧ ତମ ରାଷ୍ଟ୍ରିୟ ସୁରକ୍ଷା ସପ୍ତାହ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ଥେରୁବାଲି, (୧୧/୦୩) : ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିଷରରେ ଗତ ତା. ୦୪/୦୩/୨୦୨୨ ରିଖ ଠାରୁ ଆରମ୍ଭ ହୋଇଥିବା ୫୧ ତମ ରାଷ୍ଟ୍ରିୟ ସୁରକ୍ଷା ସପ୍ତାହ ତା ୧୦/୦୩/୨୦୨୨ ରିଖ ରେ ଉଦଯାପିତ ହୋଇ ଯାଇଅଛି ।

ଇମ୍ଫା କାରଖାନା ଥେରୁବାଲି ର ଉପ-ସଭାପତି ଓ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀମାନ କେ ଭି ରାଓ ଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ଯକ୍ରମକୁ ଶ୍ରୀମାନ ରଞୀିତ କୁମାର ନାୟକ ସହକାରୀ ନିର୍ଦ୍ଦେଶକ (ବାଷ୍ପୀୟ ଓ କାରଖାନା), ରାୟଗଡ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦ୍ଦଘାଟନ ଉତ୍ସବରେ ସୁରକ୍ଷା ବିଭାଗର ବରିଷ୍ଠ ପରିଚାଳକ ଶ୍ରୀମାନ ରାମକୃଷ୍ଣ ତ୍ରୀପାଠୀ ଇଂରାଜୀ, ଉତ୍ପାଦନ ବିଭାଗର ଶ୍ରୀମାନ ମଦନ ମହାନ୍ତି ଓଡିଆରେ ଓ ବିଦ୍ଯୁତ ବିଭାଗର ଶ୍ରୀମାନ ରାଜେନ୍ଦ୍ର ସାହୁ ହିନ୍ଦୀରେ ଉପସ୍ଥିତ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ସପଥ ପାଠ କରାଇଥିଲେ । ଏହି ପରିପ୍ରେକ୍ଷିରେ ଇମ୍ଫାର ଉପ-ସଭାପତି (ନିର୍ମାଣ ଓ କାର୍ଯ୍ଯକାରୀ ନିର୍ବାହୀ) ଶ୍ରୀମାନ କେ ଭେଙ୍କେଟଶ୍ବର ରାଓ, ସାମାନ୍ଯରୁ ସାମାନ୍ଯତମ ବିପଦ ସଙ୍କୁଳ ଘଟଣା ଓ ପରିସ୍ଥିତି ବିଷୟରେ ଦୃଷ୍ଟି ଦେଲେ ଏକ ଉନ୍ନତ ମାନର ସୁରକ୍ଷା ସଂସ୍କୃତିର ଉଦ୍ରେକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ।9eb14bab cf95 462d b037 a374343ed371 ଇମ୍ଫା କାରଖାନା ରେ ୫୧ ତମ ରାଷ୍ଟ୍ରିୟ ସୁରକ୍ଷା ସପ୍ତାହ ପାଳିତ

ଇମ୍ଫା ତରଫରୁ ନିଆ ଯାଉଥିବା ବିଭିନ୍ନ ପ୍ରକାର ସୁରକ୍ଷା ଅନୁକୂଳ. ପଦକ୍ଷେପ ଓ ସଚେତନତା ଯୋଗୁଁଁ ଛୋଟରୁ ଛୋଟ ଦୁର୍ଘଟଣାକୁ ମଧ୍ଯ ରୋକାଯାଇପାରିଛି । ଏହି ସବୁ ପଦକ୍ଷେପ ଯୋଗୁଁ ଆଗାମି ଦିନରେ ଇମ୍ଫା ଶୂନ୍ଯ ଦୁର୍ଘଟଣା ହାସଲର ଲକ୍ଷକୁ ପୁରଣ କରିପାରିବ ବୋଲି ମୁଖ୍ଯ ଅତିଥି ପ୍ରକାଶ କରିବା ସହ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଶୁଭେତ୍ସା ଓ ଧନ୍ଯବାଦ ଜଣାଇ ଥିଲେ ।

ଚଳିତ ବର୍ଷ ର ବିଷୟ ବସ୍ତୁ “ସୁରକ୍ଷା ସଂସ୍କୃତିର ବିକାଶ ହେତୁ ଯୁବ ବର୍ଗକୁ ପ୍ରୋତ୍ସାହିତ କରନ୍ତୁ ” ପ୍ରତି ଦୃଷ୍ଟି ଦେଇ ନୁଆରେ ପ୍ରବେଶ କରୁଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଅଭ୍ଯାସ ଗୁଡିକୁ ପାଳନ କଲେ ଆଗାମୀ ଦିନରେ ସେମାନେ ସୁରକ୍ଷା ନେତୃତ୍ବ ନେବା ସହିତ ନିଜର ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ସହିତ କାରଖାନାରେ ସମ୍ପତ୍ତି ହାନିକୁ ରୋକୀ ପାରିବେ ।a77f987c 5f33 4c7e b2c6 fe3a445ed9b1 ଇମ୍ଫା କାରଖାନା ରେ ୫୧ ତମ ରାଷ୍ଟ୍ରିୟ ସୁରକ୍ଷା ସପ୍ତାହ ପାଳିତ

ସପ୍ତାହବ୍ଯାପୀ ପାଳନ କରାଯାଇଥିବା ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ସଚେତନତା ଓ ତାଲିମ କାର୍ଯ୍ଯକ୍ରମ ତଥା ସଡକ ସୁରକ୍ଷା, ବିଦ୍ବ୍ଯତ୍ ସୁରକ୍ଷା, ଅଗ୍ନିକାଣ୍ଡ ଓ ନିର୍ବାପନ ସମ୍ବନ୍ଧୀୟ ସୁରକ୍ଷା କାର୍ଯ୍ଯକ୍ରମ କରା ଯାଇଥିଲା । ଉଦ୍ଦଯାପିତ ଦିବଷ ଅବସରରେ କାରଖାନା ପରିଶରରେ ଅଗ୍ନି ଜନିତ ଦୁର୍ଘଟଣା ଓ ତାର ନିରାକରଣ ପ୍ରସ୍ତୁତିର ପୂର୍ବାଭାଷ ଜନିତ ଏକ କାର୍ଯ୍ଯକ୍ରମ ଆୟୋଜନ କରା ଯାଇଥିଲା ।

ଏହି କାର୍ଯ୍ଯକ୍ରମରେ ଶ୍ରୀମାନ ସ୍ବରୂପ କୁମାର ଜେନା ଉପ- ନିର୍ଦ୍ଦେଶକ (ବଷ୍ପୀୟ ଓ କାରଖାନା) ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶ୍ରୀମାନ ରଞୀିତ କୁମାର ନାୟକ, ସହକାରୀ ନିର୍ଦ୍ଦେଶକ (ବାଷ୍ପୀୟ ଓ କାରଖାନା), ଶ୍ରୀମାନ ସଂଗ୍ରାମ ହାଂସଦା, ଜିଲ୍ଲା ଅଗ୍ନି ଶ୍ରମ ଅଧିକାରୀ ଏବଂ ଥେରୁବାଲି ଫାଣ୍ଡିର ସହକାରୀ ଅଧିକାରୀ ଶ୍ରୀମାନ ଟଙ୍କଧର ନାୟକ ପ୍ରମୁଖ ଅତିଥି ରୁପେ ଯୋଗ ଦେଇଥିଲେ ।333acc9d ffe0 4c27 b524 7f764d220914 ଇମ୍ଫା କାରଖାନା ରେ ୫୧ ତମ ରାଷ୍ଟ୍ରିୟ ସୁରକ୍ଷା ସପ୍ତାହ ପାଳିତ

ଶ୍ରୀ ଅଶ୍ବୀନି କୁମାର ପୃଷ୍ଟି ବରିଷ୍ଠ ପରିଚାଳକ ଉତ୍ପାଦନ ବିଭାଗ , ଉତ୍ପାଦନ ପ୍ରଣାଳୀ ଓ ଏଥି ସହ ସଲଗ୍ନ ହୋଇଥିବା ବିପଦ ସଂକୁଳ ସ୍ଥାନ ବିଷୟରେ ଉପସ୍ଥିତ କର୍ମଚାରୀଙ୍କୁ ସଚେତନ କରାଇଥିଲେ । ଆୟୋଜିତ ହୋଇଥିବା ଏହି ମକି ଡ୍ରିଲଟି ପ୍ରତ୍ଯେକ ବିଭାଗ ନିଜ ଭିତରେ ତାଳମେଳ ରଖି ସଠିକ୍ ଭାବରେ ପରିଚାଳିତ ହୋଇଥିବାରୁ ଉପସ୍ଥିତ ଅଧିକାରୀ ଗଣ ଇମ୍ଫାର ସମସ୍ତ କର୍ମଚାରୀଙ୍କୁ ଭୃୟଶିଂ ପ୍ରଶଂସା କରିଥିଲ ଏବଂ ସବୁବେଳ ଏପରି ଅଭ୍ଯାସ ଜାରି ରଖିବା ପାଇଁ ଉପଦେଷ ଦେଇଥିଲେ ।

ଏହି ଅବସରରେ ବିଭିନ୍ନ ଶ୍ରେଣିର କର୍ମଚାରୀମାନଙ୍କ ପାଇଁ ସପ୍ତାହ ବ୍ଯାପି ଆୟୋଜିତ ହୋଇଥିବା ସୁରକ୍ଷା ସମ୍ବନ୍ଧୀୟ ପ୍ରତିଯୋଗିତାରେ କୃତକାର୍ଯ୍ଯ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିଗଣ ପୁରସ୍କାର ବିତରଣ କରିଥିଲେ ।

ଶ୍ରୀମାନ ଆଶିଷ କୁମାର ରଏ, ଉପ-ସଭାପତି (ନିର୍ମାଣ) କାର୍ଯ୍ଯକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପରି ଶେସରେ ଶ୍ରୀ କଲୋଲ କୁମାର ନାୟକ ଉପ-ମହାପ୍ରବନ୍ଧକ ମାନବ ସମ୍ବଳ ଓ ପ୍ରଶାସନ କାର୍ଯ୍ଯ କ୍ରମଟି ସଫଳ ରୂପରେ ଆୟୋଜିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ଯବାଦ ଜ୍ଞାପନ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles