Related Contents

ମୁରିବାହାଲରେ ମିଶନ ଶକ୍ତି ରଥର ଶୁଭାରମ୍ଭ

ମୁରିବାହାଲ (ଭଗବାନ ମହାନ୍ତି / ନିମାଇଁ ବଘାର): ମୁରିବାହାଲ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପ ପଡିଆ ଠାରୁ ମିଶନ ଶକ୍ତି ରଥର ଶୁଭାରମ୍ଭ ହୋଇଛି |

ଏଥିରେ ସିଡିପିଓ ଶ୍ରୀମତୀ ସରସୀ ପଣ୍ଡା, ମୁଖ୍ୟ ପରିଦର୍ଶିକା ଶ୍ରୀମତୀ ବାସନ୍ତୀ ଭୋଇ, ଶ୍ରୀମତୀ ବାସନ୍ତୀ ଯାନୀ, ମୁରିବାହାଲ ଅଞ୍ଚଳର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଏବଂ ସମସ୍ତ ଅଙ୍ଗବାଡି କର୍ମୀ ଯୋଗଦାନ କରିଥିଲେ ଓ ମିଶନ ଶକ୍ତି ରଥର ଶୁଭାରମ୍ଭ କରିଥିଲେ | ମିଶନ ଶକ୍ତି ରଥର ମୁଖ୍ୟ ଉଦ୍ଦେଶ୍ୟ ହେଲା ନାରୀ ସଶକ୍ତି କରଣ ଓ ନାରୀ ସଚେତନ ଉପରେ ଗୁରୁତ୍ୱ ଓ ଖେଳ ମାଧ୍ୟମରେ ମଧ୍ୟ ନାରୀ ସଚେତନାକୁ ଗୁରୁତ୍ୱ ଦିଆଯାଇଥିଲା | ଏହି ଅବଶରରେ ତିନି ଗୋଟି ଖେଳର ପ୍ରତିଯୋଗିତା ହୋଇଥିଲା | ଲୁଦୁପଟି ଖେଳରେ ଶ୍ରୀମତୀ ଆରତୀ କର ବିଜୟ ହୋଇଥିଲେ | ହୁଳହୁଳି ରେ ଶ୍ରୀମତୀ କ୍ଷୀରାବ୍ଦି ଯୋଶୀ ଓ ଚୌକି ଖେଳରେ ଶ୍ରୀମତୀ ଆନନ୍ଦିନୀ ସା ବିଜୟ ହୋଇଥିଲେ |

Comments are closed.