କଣ୍ଟାମାଳ ବ୍ଲକ ରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟନ

0
285

ରିପୋର୍ଟ : ସୁଶାନ୍ତ ବେହେରା //
କଣ୍ଟାମାଳ, (୧୦/୩) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନରେଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାମାଳ, ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଖଟଖଟିଆ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ପଲସାଗୋରା ଠାରେ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଯଥାକ୍ରମେ ପ୍ରତ୍ୟେକ ବିଦ୍ୟାଳୟରେ ୧୦୦ ଜଣ ଲେଖାଏଁ ଛାତ୍ରୀଙ୍କୁ ନେଇ ତିନୋଟି ବିଦ୍ୟାଳୟରେ ଉଦ୍ଘାଟିତ ହୋଇଯାଇଛି ।e5311012 4a95 4c47 9345 6e0c27066d11 କଣ୍ଟାମାଳ ବ୍ଲକ ରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟନ

ଉକ୍ତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କଣ୍ଟାମାଳ ବ୍ଲକ ରେ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିବା ସହ ବକ୍ତବ୍ୟରେ କଣ୍ଟାମାଳ ବ୍ଲକ ରେଛାତ୍ରୀମାନଙ୍କୁ ରାଣୀ ଲକ୍ଷ୍ମୀବାଈଙ୍କ ପରି ସାହସୀ, ରଣକୁଶଳୀ ହୋଇ ନିର୍ଭୀକ ଭାବରେ ଶତ୍ରୁକୁ ପରାଜୟ କରି ନିଜର ଆତ୍ମରକ୍ଷା କରିବା ଓ ରାଣୀ ଲକ୍ଷ୍ମୀବାଈଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନ ଦେଇଥିଲେ ।

ଏହି ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କାର୍ଯ୍ୟକ୍ରମ ର ବିଭିନ୍ନ କୌଶଳ ଶିଖି ପାରିଲେ ହିଁ ସାଂପ୍ରତିକ ସମାଜରେ ଘଟୁଥିବା ନାରୀ ନିର୍ଯାତନା ଓ ଦୁଷ୍କର୍ମ ପରି ନିନ୍ଦନୀୟ ଘଟଣାକୁ ଆମେ ଏଡାଇ ଦେଇପାରିବା । ଏଥିସହ ବିପଦରେ ପଡିଥିବା ଅନ୍ୟ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ପ୍ରବର୍ତ୍ତାଇ ଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ଯୋଗଦାନ କରି ବିଦ୍ୟାଳୟରେ ପ୍ରଶିକ୍ଷିତ ହେଉଥିବା ସମସ୍ତ ଛାତ୍ରୀ ଓ ଶିକ୍ଷିକା ମାନେ ଏହାକୁ ଦୈନଦିନ ଅଭ୍ୟାସ ଜାରି ରଖି ନିଜକୁ ଦକ୍ଷ କରିବା ପାଇଁ ପ୍ରେରଣା ଦେଇଥିବା ବେଳେ ସଭାପତି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦୂର୍ଗା ଚରଣ ପ୍ରଧାନ ଓ ଶ୍ରୀ ଫାଲଗୁନୀ ମାଝି ଯୋଗଦାନ କରି ବକ୍ତବ୍ୟ ମାଧ୍ୟମରେ ଛାତ୍ରୀ ମାନଙ୍କର ଆତ୍ମବଳ ବୃଦ୍ଧି କରାଇବା ସହ ଏଦିଗରେ ଦକ୍ଷ ହେବା ନିମନ୍ତେ ଉତ୍ସାହିତ କରିଥିଲେ ।ed4bef66 7b3f 4d81 8ed7 14629c2d4c74 କଣ୍ଟାମାଳ ବ୍ଲକ ରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟନ

ସମଗ୍ର ଶିକ୍ଷା ତରଫରୁ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଏହି କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରି କହିଥିଲେ ଯେ- ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୮ ଦିନ ଧରି ନିୟମିତ ଚାଲୁ ରହିବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଉଚ୍ଚ ବିଦ୍ୟାଳୟ ଗୁଡିକରେ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏଣୁ ଏହି ପ୍ରଶିକ୍ଷଣ ର ଉପଯୁକ୍ତ ଲାଭ ଉଠାଇବା ପାଇଁ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷିକାମାନେ ଜିଲ୍ଲା ସ୍ତରରେ ପ୍ରଶିକ୍ଷଣ ନେଇ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ ସହ ଛାତ୍ରୀ ମାନଙ୍କ ପ୍ରଶିକ୍ଷଣ ର ଶୁଭାରମ୍ଭ କରିଥିଲେ ।