Related Contents

ରାୟଗଡା ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା ବାଗଦେବୀଙ୍କ ପୂଜାର୍ଚ୍ଚନା

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ରେ ଥିବା ଅନେକ ଶିକ୍ଷାନୁଷ୍ଠାନରେ ମା ବାଗଦେବୀ ସରସ୍ୱତୀଙ୍କ ପୂଜା ବହୁ ଧୁମଧାମରେ ପାଳିତ ହୋଇଯାଇଛି |

ପ୍ରତ୍ୟେକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ନୂତନ ବସ୍ତ୍ର ପରିଧାନ କରି ମା ଙ୍କ ପାଖରେ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି | ଚନ୍ଦ୍ରପୁର ଜନଜାତି ବିଦ୍ୟାଳୟ, କନ୍ୟା ଆଶ୍ରମ ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ ଚନ୍ଦ୍ରପୁର ତଥା ଅନ୍ୟାନ୍ୟ ସ୍କୁଲରେ ମଧ୍ୟ ଧୂମଧାମ ରେ ପୂଜା କରାଯାଇଥିଲା | ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରମ୍ପରିକ ପୂଜା ସହ ପୁଷ୍ପାଞ୍ଜଳି ସାଙ୍ଗକୁ ଭକ୍ତି ସଂଗୀତ ପରିବେଷିତ ହୋଇଥିଲା | ସମସ୍ତ ସ୍କୁଲ ରେ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ସହ ସମସ୍ତ କର୍ମଚାରୀ ମାନେ ସହଯୋଗ କରି ପୂଜାକୁ ମହା ଆଡମ୍ବର ସହ ପାଳନ କରାଯାଇଥିଲା |

Comments are closed.