ଭାରତୀୟ ମଜଦୂର ସଙ୍ଘର ୧୩୧ତମ ରାଜ୍ୟ କାର୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡା (ଗୋପୀନାଥ ଗୌଡ଼): ଭାରତୀୟ ମଜଦୂର ସଙ୍ଘର ୧୩୧ତମ ରାଜ୍ୟ କାର୍ୟକାରିଣୀ ବୈଠକ ଗତ ଦୁଇଦିନ ଧରି ରାୟଗଡ ସ୍ଥିତ ସିନ୍ଧି ଭବନଠାରେ ରାଜ୍ୟ ସଭାପତି ଶ୍ରୀ ଦିଲୀପ କୁମାର ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ୟକାରିଣୀରେ ଭାରତୀୟ ମଜଦୂର ସଙ୍ଘର ପୁର୍ବତନ ଅଖିଳ ଭାରତୀୟ ସଙ୍ଘଠନ ସମ୍ପାଦକ ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ମିଶ୍ର, ରାଜ୍ୟ ପ୍ରଭାରୀ ଶ୍ରୀ ଗଣେଶ ମିଶ୍ର, ସର୍ବ ଭାରତୀୟ ଅସଙ୍ଗଠିତ କ୍ଷେତ୍ର ପ୍ରମୁଖ ଶ୍ରୀ ଯୁକ୍ତ ବସନ୍ତ କୁମାର ସାହୁ, ଅଳ ଇଣ୍ଡିଆ କଷ୍ଟ୍ରକସନ ମଜଦୂର ମହାସଙ୍ଘର ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ପଣ୍ଡା ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଅପରାହ୍ନ ୪ଟା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଦାବିପତ୍ର ସହ ଚେତାବନୀ ବିଜ୍ଞପ୍ତି ଜାରି କରିଥିଲେ। ବିଜ୍ଞପ୍ତି ରେ ମୁଖ୍ୟତଃ ଵର୍ତମାନ ରାଜ୍ୟରେ ଶ୍ରମିକ ମାନଙ୍କର ଦୟନୀୟ ସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଅଭିମୁଖ୍ୟକୁ କଡା ସମାଲୋଚନା କରିଥିଲେ। ବିଶେଷ କରି ରାଜ୍ୟରେ ଦାଦନ ଶ୍ରମିକଙ୍କର ସମସ୍ୟା ଦିନକୁ ଦିନ ବୁଦ୍ଧି ପାଉଥିବାରୁ ଭାରତୀୟ ମଜଦୂର ସଙ୍ଘ କିପରି ତାକୁ ସମାଧାନ କରିବା ସହ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ କରି ସମସ୍ତ ଉପସ୍ଥିତ ସଦସ୍ୟ ମାନଙ୍କୁ କିପରି ଏକ ଯୋଜନାରେ କାର୍ୟକାରୀ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଭରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଙ୍ଗନବାଡି କର୍ମଚାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ତରଫରୁ ଆକ୍ରୋସ ମୁଲକ ଭାବରେ କାର୍ୟରୁ ବହିଷ୍କୃତ କରାଯାଉଥିବା ବିଷୟରେ ସର୍ବ ସମ୍ମତି କ୍ରମେ ଆସନ୍ତା ତା୨୦-୨-୨୦୧୯ରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୂର ସଙ୍ଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏବଂ କିଛିଦିନ ପୂର୍ବେ ଯେଉଁ କାମଚଳା ବଜେଟ, ଯେଉଁଥିରେ କି ଶ୍ରମିକ ମାନଙ୍କ ଦୈନନ୍ଦିନ ସମସ୍ୟା ବିଷୟରେ କୌଣସି ଉଲ୍ଲେଖ କରାଯାଇ ନ ଥିଲା।
ନିର୍ମାଣ ଶ୍ରମିକ ମାନଙ୍କୁ ସଠିକ ସମୟରେ ସହାୟତା କରାଯାଉ ନ ଥିବା, ପୋଲିସ ପ୍ରସାସନ ପକ୍ଷରୁ ବିଭିନ୍ନ ପ୍ରକାର ହଇରାଣ ହରକତ କରାଯାଉଥିବାକୁ ନେଇ ଏହି ଦୁଇଦିନିଆ କାର୍ୟକାରିଣୀ ବୈଠକର ଭାରତୀୟ ମୋଜଦୂର ସଙ୍ଘର ରାୟଗଡ ସଭାପତି ଯୋଗେଶ୍ୱର ଦାସ, ସମ୍ପାଦକ ଖଗେସ୍ୱର ସିଂ, ଅଙ୍ଗନ ବାଡ଼ିର ଉସାରାଣୀ ଦାସଙ୍କ ବିଶେଷ ସହଯୋଗରେ ବୈଠକ ଅନୁଷ୍ଠିତ ହୋଇଥିଲା ।

Comments are closed.