Related Contents

ମହର୍ଷି ଜନ୍ମ ଶତାବ୍ଦୀ ଉପଲକ୍ଷେ ରାୟଗଡା ର ମହର୍ଷି ବିଦ୍ୟା ମନ୍ଦିର ର ୧୬ତମ ବାର୍ଷିକ ଉତ୍ସବ ପାଳିତ

ଗତ ୧୯.୦୧.୨୦୧୮ରେ ମହର୍ଷି ଜନ୍ମ ଶତାବ୍ଦୀ ଉପଲକ୍ଷେ ରାୟଗଡା ର ମହର୍ଷି ବିଦ୍ୟା ମନ୍ଦିର ର ୧୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ଏଥିରେ ଶ୍ରୀ ପ୍ରବୀର କୁମାର ନାୟକ, ଉପ ଜିଲ୍ଲାପାଳ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବ କୁ ଉଦ୍ଘାଟନ କରିଥିଲେ | ଶିକ୍ଷୟତ୍ରୀ କେ .ପଦ୍ମଜ| ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ସ୍କୁଲ ର ଅଧ୍ୟକ୍ଷ ଶ୍ରୀମତୀ କ୍ଷୀରାବ୍ଦି ମିଶ୍ର ସ୍କୁଲ ର ବାର୍ଷିକ ବିବରଣୀ ପାଠ କରିଥିଲେ | ମୁଖ୍ୟ ଅତିଥି ତାଙ୍କ ଭାଷଣ ରେ କହିଥିଲେ ଯେ ଆଜିର ଶିଶୁ କଲି ର ନାଗରିକ, ଭାରତ ବର୍ଷ କୁ ସୁଚାରୁ ରୂପେ ଗଢିବା ପାଇଁ ତାଙ୍କ ଗୁରୁ ଦାଇତ୍ୱ ରହିଛି | ଏଣୁ ପାଠ ପଢି ମହାନ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ | ଏହା ସହ ଗତ ଶିକ୍ଷା ବର୍ଷ ରେ ପ୍ରଥମ ରୁ ୯ମ ପର୍ଯ୍ୟନ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ | ପରିଵେଶ ରେ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଛୋଟ ଛୋଟ ପିଲା ମାନଙ୍କ ଦ୍ୱାରା ପରିବେଷଣ କଲା ସଂସ୍କୃତି ଓ ଢେମସା ନୃତ୍ୟ ଦର୍ଶକ ଙ୍କୁ ମୁଗ୍ଧ କରିଥିଲା | ଶେଷରେ ଶ୍ରୀମତୀ ଗାୟତ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.