Related Contents

ଜୟ ମା ବସ୍ତ୍ରେଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ହଳଦୀ ଚମ୍ପିୟନ

ମୁରିବାହାଲ (ଭଗବାନ ମହାନ୍ତି / ନିମାଇଁ ଚରଣ ବଘାର): ମୁରିବାହାଲ ବ୍ଲକ ସିରୋଲ ଗ୍ରାମ ପଂଚାୟତ ଚି଼ଙ୍ଗେରମୁଣ୍ଡା ଗ୍ରାମରେ ଲିଟିଲ ଷ୍ଟାର କ୍ଲବ ତରଫରୁ ୫ମ ବର୍ଷ ଜୟ ମା ବସ୍ତ୍ରେଣ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି |

ଗତ ୪ତାରିଖ ରୁ ଆରମ୍ଭ ହୋଇ ତିନି ଦିନଧରି ଚାଲିଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ଖେଳ ହଳଦୀ ଓ ନାନାଝର ମଧ୍ୟରେ ଗତ ୬ତାରିଖ ଦିନ ହୋଇଥିଲା | ଏହି ରୋମାଞ୍ଚକ ଫାଇନାଲ ଖେଳରେ ହଳଦୀ ୧-୦ ଗୋଳାରେ ବିଜୟ ହୋଇଥିଲା |ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗଦେଇ ବିଜେତା ଓ ଉପବିଜେତାକୁ ପୁରସ୍କୃତ କରିଥିଲେ | ସମ୍ମାନୀୟ ଅତିଥି ଭାବରେ ଜୟ କିସାନ ବାଗ ଓ ନରେନ୍ଦ୍ର ମହାରଣା ଯୋଗ ଦେଇଥିଲେ | ବିବସ ମାଝୀ, ହିତେଶ ମାଝୀ ଓ ମାଧବ ମାଝୀ ଖେଳ ପରିଚାଳନା କରିଥିଲେ | ଆୟୋଜକ ଲିଟିଲ ଷ୍ଟାର କ୍ଲବ ର ସଭାପତି ଦେବରାଜ ପାତ୍ର, ସମ୍ପାଦକ ରୋମାଞ୍ଚ ଭୋଇ, ପୁର୍ଣ ପାତ୍ର, ଭବେଶଙ୍କ ସହିତ କ୍ଲବର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ |

Comments are closed.