Related Contents

ଆଗାମୀ ସାଧାରଣ ନିର୍ବାଚନ ପାଇଁ ପୁଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ

ମୁରିବାହାଲ(ଭଗବାନ ମହାନ୍ତି / ନିମାଇଁ ଚରଣ ବଘାର): ବଲାଙ୍ଗିର ପୋଲିସ ଏ ସ ପି ଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ ଓ କଣ୍ଟାବାଞ୍ଜି ପୋଲିସ ସବ୍ଡିଭିଜନର ପୋଲିସ ଅଧିକାରୀ ମାନଙ୍କ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ଓ ପ୍ରଶିକ୍ଷଣ ମୁରିବାହାଲର ଗ୍ରାମପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଥିଲା |

ମକପୋଲ ଇଭିଏମ ମେସିନ୍ ର ଡେମୋଷ୍ଟ୍ରେସନ ଉପରେ ପ୍ରଶିକ୍ଷଣର ଗୁରୁତ୍ୱ ଦିଆଯାଇଥିଲା | ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଅଧ୍ୟକ୍ଷତାରେ କଣ୍ଟାବାଞ୍ଜି ଓ ଟିଟିଲାଗଡ ପୋଲିସ ସବଡିଭିଜନ ଡିଏସପି ଶ୍ରୀ ସରୋଜ କୁମାର ମହାପାତ୍ର, ତୁରକେଲା ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଅନ୍ୟ ଅଧିକାରୀ ମାନେ ପୋଲିଂ ଚାଲିଥିବାବେଳେ କି ପ୍ରକାର ସମସ୍ୟା ସୃଷ୍ଟି ହୁଏ ଓ ତାହାର ସମାଧାନ କିପରି କରାଯିବ ସେ ଉପରେ ପ୍ରଶିକ୍ଷଣ ଦେଇଥିଲେ | ଏହି ପ୍ରଶିକ୍ଷଣରେ ତୁରକେଲା, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ମୁରିବାହାଲ, ସିନ୍ଧେକେଲା, ଟିଟିଲାଗଡ ଓ ସଇଁତଳାର ପୋଲିସ ଅଧିକାରୀ ମାନେ ଯୋଗଦେଇଥିଲେ |

Comments are closed.