Related Contents

ଆଦିବାସୀ ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ମୁରିବାହାଲ (ଭଗବାନ ମହାନ୍ତି / ନିମାଇଁ ଚରଣ ବଘାର): ମୁରିବାହାଲ ବ୍ଲକ ହଳଦୀ ପଂଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆଦିବାସୀ କଲ୍ୟାଣ ସଂଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି |

ଆଦିବାସୀ କଲ୍ୟାଣ ସଂଘ ସଭାପତି ରାଜୀବ କୂଅରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ୧୪୮ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ଡା. ସାକ୍ସେନା ଅକ୍ଷ୍ୟ (ଏ ମ ଡି) ମେଡ଼ିସିନ ସ୍ପେସିଲିଷ୍ଟ ଜେନେରାଲ ମେଡ଼ିସିନ, ଡା ସନ୍ତୋଷ ଦାଣ୍ଡିଆ ଏମ ବି ଏ ସ, ଫାର୍ମାସିଷ୍ଟ ବିକ୍ରମ ସେଥପାଠ୍ୟ, ପ୍ରମୋଦ ମହାପାତ୍ର ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଚୂଡ଼ାମଣି ପୂଜାରୀ ବନବିହାରୀ ପୂଜାରୀ, ଡମ୍ୱରୁ ଭୋଇ, ଭୋଳା ଜାନି, ଲକ୍ଷ୍ମୀ ମାଝୀ, ପତରଙ୍ଗୀ ମାଝୀ, ଭବନ ମାଝୀ, କୈଳାସ ପ୍ରଧାନୀ, ପୁର୍ଣ ମାଝୀ, ଜୟଲାଲ ସିଂ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Comments are closed.