ଚଳିତ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ରାଜନୈତିକ ଦଳ ସହ ବୈଠକ

0
149
ଚଳିତ ପୌର ନିର୍ବାଚନ

ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ପୂର୍ବକ ନିର୍ବାଚନ ପରିଚାଳନା ଉପରେ ପର୍ଯ୍ୟବେକ୍ଷକ ଙ୍କ ଗୁରୁତ୍ୱାରୋପ
ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୯/୩) : ଚଳିତ ପୌର ସଂସ୍ଥା ର ସାଧାରଣ ନିର୍ବାଚନ -୨୦୨୨ ଘୋଷଣା କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ତା ୨୪/୦୩/୨୨ ରେ ଅନୁଷ୍ଠିତ ହେବ l ସୁଵର୍ଣପୁର ଜିଲ୍ଲାରେ ନିର୍ବାଚନକୁ ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ପୂର୍ବକ ପରିଚାଳନା କରିବା ନିମନ୍ତେ ଜିଲ୍ଲl ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି l

ଚଳିତ ପୌର ନିର୍ବାଚନ ପାଇଁ ଆଜି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଭା ଗୃହରେ ନିର୍ବାଚନ ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଳା ନିମନ୍ତେ ନିଯୁକ୍ତ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ କୁମାର ମଲ୍ଲିକ , ନିର୍ଦେଶକ, ହରିଜନ ଓ ଆଦିବାସୀ ଉନ୍ନୟନ ବିଭାଗ, ଓଡିଶା, ସମସ୍ତ ଦଳର ସହଯୋଗରେ ଶାନ୍ତି ଶୃଙ୍ଖଳା, ଅବାଧ ଓ ନିରପେକ୍ଷ ପୂର୍ବକ ପୌର ନିର୍ବାଚନ କୁ ପରିଚାଳନା ପାଇଁ ସମସ୍ତ ଦଳଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି l7df9172d 28f7 4b29 b625 1ddf31df3457 ଚଳିତ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ରାଜନୈତିକ ଦଳ ସହ ବୈଠକ

ସମସ୍ତ ରାଜନୈତିକ ଦଳ, ନିୟୋଜିତ କର୍ମଚାରୀ ଓ ନାଗରିକ ନିର୍ବାଚନ ଆଦର୍ଶ ଆଚାର ସଂହିତାର ଅନୁପାଳନ ପୂର୍ବକ ନିର୍ବାଚନ ପରିଚାଳନାରେ ସହଯୋଗ କରିବାକୁ ଗୁରୁତ୍ୱାରୋପ କରିଛନ୍ତି l ପ୍ରାରମ୍ଭରେ ରେ ଅତିରିକ୍ତ ଜିଲ୍ଲାପାଳ ତଥା ଏହି ନିର୍ବାଚନ ପାଇଁ ନୋଡାଲ ଅଧିକାରୀ ନିଶି ପୁନମ୍ ମିଞ୍ଜ୍ ବୈଠକ ର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ପୌର ପରିଷଦ ର ୧୫ ଟି ୱାର୍ଡ ପାଇଁ ୨୧ ଟି ବୁଥ ୧୧୫ ଜଣ ପୋଲିଂ ଅଧିକାରୀ, ବିନିକା ର ୧୨ଟି ୱାର୍ଡ ପାଇଁ ୧୫ଟି ବୁଥ ୮୫ ଜଣ ପୋଲିଂ ଅଧିକାରୀ ଏବଂ ତରଭାର ୧୨ଟି ୱାର୍ଡ ପାଇଁ ୧୨ ଟି ବୁଥ ଓ ୭୦ ଜଣ ପୋଲିଂ ଅଧିକାରୀ ଙ୍କୁ ନିୟୋଜିତ କରାହେବ I

ବିଭିନ୍ନ ରାଜନୈତିକ ଦଳ, ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀ /ପ୍ରାର୍ଥୀନୀ ଙ୍କ ଦାୟିତ୍ୱ, କର୍ତବ୍ୟ ତଥା ଆଚାର ସଂହିତା ପାଳନ ଉପରେ ସେ ପୁଙ୍ଖାନୁପୁଙ୍ଖ ଉପସ୍ଥାପନା କରିଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲlପାଳ ସୂର୍ଯ୍ୟନାରାୟଣ ଦାଶ,ପି ଡି,ଡି ଆର ଡି ଏ ଶ୍ରୀ ଡୋଳାମଣି ପଟେଲ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର,ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୂଲ୍ୟ କୁମାର ନନ୍ଦ , ଜିଲ୍ଲା କଲ୍ୟାଣ ଅଧିକାରୀ ପାଲାକl ରବିନ୍ଦ୍ର, ରାଜସ୍ଵ ଅଧିକାରୀ ତଥା ପୌର ନିର୍ବାଚନ ପାଇଁ ସ୍ଵତନ୍ତ୍ର ଅଧିକାରୀ ସୂର୍ଯ୍ୟମଣି ଭୋଇ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଏବଂ ବିଭିନ୍ନ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଭାବେ ଭାରତୀୟ ଜାତୀୟ କଂଗ୍ରେସ ର ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା, ବିଜୁ ଜନତା ଦଳ ର ଜିଲ୍ଲା ଉପସଭାପତି କଇଁରୁ ସ୍ୱାଇଁ, ଏବଂ ଭାରତୀୟ ଜନତା ପାର୍ଟି ର ଜିଲ୍ଳା ସଭାପତି ପ୍ରମୋଦ ମହାପାତ୍ର, ଏସ ୟୁ ସି ଆଇ ର ଜିଲ୍ଲା ସଭାପତି ଗୋବିନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l

ପର୍ଯ୍ୟବେକ୍ଷକ ଶ୍ରୀ ମଲ୍ଲିକ ସୁବର୍ଣ୍ଣପୁର କୁ ଏକ ଶାନ୍ତି ପ୍ରିୟ ଜିଲ୍ଲା ହିସାବରେ ଅଭିହିତ କରି ବୈଠକରେ ଉପସ୍ଥିତ ରାଜନୈତିକ ଦଳ ପ୍ରତିନିଧି ଙ୍କୁ ଚଳିତ ପୌର ନିର୍ବାଚନ କୁ ବ୍ୟବସ୍ଥିତ ଭାବେ ପରିଚାଳନାରେ ରେ ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି I