ହାଇଡ୍ରା ଓଲଟି ଚାପି ହେଲେ ଚାଳକ

0
360
ହାଇଡ୍ରା

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୯/୦୩) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ସୁରୁଣ୍ଡି ବସଷ୍ଟପ ଛକ ନିକଟରେ ବୁଧବାର ସକାଳେ ଟ୍ରକରୁ ଲୁହା ପାଇପ୍ ଓହ୍ଲାଉଥିବା ଏକ ହାଇଡ୍ରା ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଚାଳକ ଗାଡି ତଳେ ଚାପି ହୋଇଯାଇ ଥିଲେ ।

ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପଂହଚି ଚାଳକଙ୍କୁ ଜୀବିତ ଉଦ୍ଧାର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ମେଡିକାଲ ନିଆଯାଇଥିବା ଜଣା ପଡିଛି । ସୂଚନା ଯୋଗ୍ୟ , ହରଭଙ୍ଗା ର ପାଣିଘରା ମହାନଦୀ ଘାଟ ରୁ କମ୍ପାନୀ ଦ୍ୱାରା ଏକ ବୃହତ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । କମ୍ପାନୀ ର ଏକ ଲୁହା ପାଇପ ବୋଝେଇ ହାଇଡ୍ରା ଟ୍ରକ ରୁ ପାଇପ ଅନଲୋଡ ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପଂହଚି ଘଟଣା ର ତଦନ୍ତ ଆରମ୍ଭ କରିିଛି ।