
କୁସୁର୍ଲା ହରଗୌରୀ ମହାବିଦ୍ୟାଳୟରେ ଯୁବ ସଶକ୍ତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମ.ରାମପୁର(ଡିଙ୍ଗର କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ କୁସୁର୍ଲା ହରଗୌରୀ ମହାବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର ଭବାନୀପାଟଣା ଏବଂ କଳାରୁଦ୍ର ଯୁବକ ସଙ୍ଘ ହଜାରିପଡାର ମିଳିତ ଆନୁକୂଲ୍ୟରେ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ହୋଇଯାଇଛି ।

ଲେଖାପାଳ ଦୁତିଆ ବନଛୋରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ସୁବୋଧ କୁମାର ଶତପଥୀ, ସମ୍ମାନିତ ଅତିଥି ଏବିଇଓ ନେତ୍ରାନନ୍ଦ ବଡ଼ମାଲି, ପୃଥ୍ୱୀରାଜ ସାହୁ, ଛାୟା କାନ୍ତ ସାହୁ ପ୍ରମୁଖ ମଂଚାସୀନ ଥିବାବେଳେ ଅଂଚଳରେ ବେକାର ଯୁବକ ଯୁବତୀ ମାନଙ୍କ କିପରି ସୁବିନିଯୋଗ ହେବ, ସେହି ବିଷୟରେ ଆଲୋକ ପାତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଡୋଲେନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଯୁବକ ସଙ୍ଘ ସଭାପତି ସନତ କୁମାର ସାହୁ, ସମ୍ପାଦକ ସଞ୍ଜୀବ କୁମାର ସାହୁ, ରେଶବ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
