Thursday, March 28, 2024

Top 5 This Week

Related Posts

ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୩ ଗୁରୁତର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୯/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର କ୍ରିକାଲପାଡୁ ଘାଟି ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୩ ଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।36a6541d 862e 4efe b54d b65dd9c2d46b ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୩ ଗୁରୁତର

ଖବର ନେବାରୁ ଜଣା ପଡ଼ିଲା ଯେ ରାୟଗଡା ଠାରୁ ଏକ ବାଇକରେ ସ୍ୱାମୀ ତିଆକା ବିଶ୍ୱନାଥ, ସ୍ତ୍ରୀ ତିଆକା ୱାନ ସିକରପାଇ ପଞ୍ଚାୟତ କଟଲାଙ୍ଗ ଗାଁକୁ ଆସୁଥିବା ବେଳେ ସିକରପାଇ ଠାରୁ ରାୟଗଡା ଅଭିମୁକେ ଅନ୍ୟ ଏକ ବାଇକରେ ଯାଉଥିବା ସମୟରେ କ୍ରିକାଲପାଡୁ ଘାଟି ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ସମସ୍ତେ ଛିଟିକି ପଡ଼ିଥିଲେ । ଏହାକୁ କିଛି ପଥଚାରି ଦେଖି ସିକରପାଇ କୁ ସୂଚନା ଦେଇଥିଲେ ।

ଘଟଣାସ୍ଥଳରେ କିଛି ଯୁବକ ପହଞ୍ଚି ଗୁରୁତ୍ୱର ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଆମ୍ବୁଲେନ୍ସ ଯୋଗେ ଜିଲା ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ଅନ୍ୟ ଗୁରୁତ୍ୱ ର କୁ ପ୍ରଥମେ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର କେହି ନଥିବାରୁ ବାଧ୍ୟ ହୋଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଏଠାରେ ମଧ୍ୟ କୌଣସି ଡାକ୍ତର ନଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଯାଇଥିବା ଜଣା ପଡିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles