ରାୟଗଡାରେ ସ୍ୱାଧୀନତାର ୭୦ବର୍ଷ ପରେ ବି ଅବହେଳିତ ଗାଁ

ଗୁଡାରି (ଅକ୍ଷୟ କୁମାର ପୀଡ଼ିସିକା): ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମପାୟତର ବେଚୁଡିଗ୍ରାମରେ ୧୯ ଗୋଟି ନିରୀହ ଆଦିବାସୀ ପରିବାର ରହୁ ଥିବାବେଳେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଡେରିଗାଁ ଗ୍ରାମପାୟତର ମୁତୁକୁଣୀରେ ୧୬ ଗୋଟି ନିରୀହ ଆଦିବାସୀ ପରିବାର ବସବାସ କରୁଛନ୍ତି ।

ଏହି ଦୁଇ ଗ୍ରାମକୁ ଭାରତ ସ୍ଵାଧୀନତାର ୭୦ବର୍ଷ ପରେ ମଧ୍ୟ ଯିବାକୁ ରାସ୍ତା ନ ଥିବା ହେତୁ ଇନ୍ଦିରା ଆବାସ ନାହିଁ କି ଭତ୍ତା ଟଙ୍କା କି କିଛି ସରକାରୀ ଯୋଜନା ମିଳୁନଥିବା ଦେଖିବାକୁ ମିଳୁଛି । ଏହି ଦୁଇଟି ଗ୍ରାମ ସ୍ଵାଧୀନ ହୋଇ ପାରିଲା ନାହିଁ କାହିଁକି ଲୋକେ ବୁଝିପାରୁନାହାନ୍ତି । ହୁଏତ ସରକାରୀ ଅଧିକାରୀଙ୍କ ଅବହେଲା ଯୋଗୁଁ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏହି ଦୁଇଟି ଗାଁ ସରକାରୀ ପ୍ରଶାସନ ନୁହେଁ କି ରାଜନୈତିକ ନେତା ନୁହେଁ କିମ୍ବା କୌଣସି ବେସରକାରୀ ସଂସ୍ଥାର ନଜରକୁ ଆସୁନାହିଁ । ହେଲେ ଗରୀବ ଶ୍ରେଣୀର ଆଦିବାସୀ ଲୋକମାନେ ବସବାସ କରୁଛନ୍ତି । ଭୋଟ ସମୟରେ ରାଜନୈତିକ ନେତାମାନେ ମୁହଁକୁ ଦେଖାଇବା ପାଇଁ ସେହି ଗ୍ରାମକୁ ଯାଆନ୍ତି ।

ଭୋଟ ପରେ ତାଙ୍କ କଥାକୁ କିଏ ବୁଝନ୍ତି ନାହିଁ ବୋଲି ଏହି ଦୁଇଟି ଗ୍ରାମର ଲୋକମାନେ ଅଭିଯୋଗ କରୁଥିବା ଜଣାପଡିଛି । ଆଧାରୁ ଅଧିକ ଲୋକ ମାନଙ୍କର ଆଧାର କାର୍ଡ ନ ଥିବାବେଳେ ଗାଁର ମହିଳା ମାନେ ମେଡ଼ିକାଲ କେମିତି ଅଛି ଆଜି ପର୍ଯ୍ୟନ୍ତ ଦେଖିନାହାଁନ୍ତି | ଗର୍ଭବତୀ ମହିଳା ମାନେ ଘରେ ପ୍ରସବ କରିବା ଦ୍ବାରା ଶିଶୁ ମାନଙ୍କର ମୃତ୍ୟୁ ହାର ଯଥେଷ୍ଟ ରହିଛି ବୋଲି ୱାର୍ଡ ମେମ୍ବର ଶ୍ରୀ କୃଷ୍ଣ ନିସିକାଙ୍କ ଶହ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଗ୍ରାମରେ ସ୍କୁଲ ନ ଥିବାରୁ କୌଣସି ବାଳକ ବାଳିକା ମଧ୍ୟ ପାଠପଢ଼ାରୁ ବଞ୍ଚିତ ହେବାର ଦେଖିବାକୁ ମିଳୁଛି । ଦେଖାଯାଉ କେତେଦିନ ପରେ ସରକାରୀ, ବେସରକାରୀ ତଥା ରାଜନେତା ଏ ଗ୍ରାମକୁ ନିଜ ଦୃଷ୍ଟିକୁ ଆଣୁଛନ୍ତି |

Comments are closed.