ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ଗାଡି ଭଙ୍ଗାରୁଜା ଓ ଲୁଟପାଟ

ବିନିକା (ଧ୍ରୁବରାଜ ମିଶ୍ର): ବିନିକା ସୋନପୁର ମୁଖ୍ୟ ରାସ୍ତା ଫୁଳମୁଠି ନିକଟସ୍ଥ ଏକ ଘରୋଇ ଶିକ୍ଷାନୁଷ୍ଠାନ ଫାଟକ ସମ୍ମୁଖରେ କେତେକ ଦୁର୍ବୁତ୍ତ ଏକ ମାରୁତି ଗାଡିକୁ ରାସ୍ତା ମଝିରେ ଅଟକାଇ ଭୟଭୀତ କରି ତାଙ୍କ ଲୁଟି ନେଇଥିବା ସହିତ ଉକ୍ତ ଗାଡିକୁ ମଧ୍ୟ ଭାଙ୍ଗି ଦେଇଥିବା ନେଇ ବିନିକା ଥାନାରେ ଅଭିଯୋଗ ହୋଇଛି |

ଘଟଣା ରୁ ପ୍ରକାଶ ଯେ ଗତ ୯ତାରିଖ ବିଳମ୍ବିତ ରାତିରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହ ଥାନା ଅଧିନସ୍ଥ ଫସାଦ ଗ୍ରାମର କରୁଣା ନାଏକ ଓ ଡ୍ରାଇଭର ଗୋପୀନାଥ ମହକୂକରଙ୍କ ସମେତ ପ୍ରାୟ ୭ଜଣ ଏକ ମାରୁତି ରେ (ଓଡି ୦୩ ସି ୦୪୩୦ ) ବିନିକା ରାସ୍ତା ଦେଇ ଘରକୁ ଫେରୁଥିଲେ | ଠିକ ସେତିକି ବେଳେ କେତେକ ଦୁର୍ବୁତ୍ତ ସେମାନଙ୍କ ଗାଡିକୁ ଅଟକାଇ ପିସ୍ତଲ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ପରେ ଗାଡିକୁ ଭଙ୍ଗାରୁଜା କରିଥିଲେ ଓ ଗାଡ଼ିରେ ବସିଥିବା ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ସେମାନେ ଧରିଥିବା ପ୍ରାୟ ୨୬ହଜାର ୯ଶହ ୪୦ଟଙ୍କା ଲୁଟି ନେଇଥିଲେ | ସେତିକି ବେଳେ ପେଟ୍ରୋଲିଙ୍ଗ ରେ ଥିବା ବିନିକା ପୋଲିସ ଗାଡି ଆସିବା ଜାଣିବା ପରେ ଅଚାନକ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ | ପରେ ଘଟଣା ସ୍ଥଳରୁ ପୋଲିସ ଦୁଇଟି ବାଇକ କୁ ଜବତ କରି ବିନିକା ଥାନାରେ ରଖିଛି | ଏହି ଘଟଣା ପାଇଁ କରୁଣା ନାଏକ ବିନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମୋକଦ୍ଦମା ରୁଜୁ କରିଛି | ଏ ସମ୍ପର୍କରେ ବିନିକା ଥାନା ଅଧିକାରୀ ରାଜେନ୍ଦ୍ର ସମାରିଆଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଜାରି ରହିଥିବା ପ୍ରକାଶ କରିଥିଲେ |

Comments are closed.