ନନ୍ଦନକାନନ ଭିତରେ ପଶିଲେ ୨ଟି ଜଙ୍ଗଲୀ ହାତୀ : ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

0
128
ନନ୍ଦନକାନନ ଭିତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୯/୦୩) : ଭୁବନେଶ୍ୱର ସହର ର ବାରଙ୍ଗ ସ୍ଥିତ ନନ୍ଦନକାନନ ଭିତରେ ପଶିଲେ ଦୁଇ ଜଙ୍ଗଲୀ ହାତୀ । ଜିରାଫ ଘୁଆଡ ପଛ ପାଖରେ ଏହି ଦୁଇ ହାତୀ ଥିବା ସନ୍ଦେହ କରାଯାଉଛି । ଯାହାଫଳରେ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଦୁଇଟି ଜଙ୍ଗଲୀ ହାତୀ ନନ୍ଦନକାନନ ଭିତରେ ପଶିଛନ୍ତି । ଜଙ୍ଗଲୀ ହାତୀ ଦୁଇଟି ନନ୍ଦନକାନନରେ ଥିବା ଜିରାଫ ଖୁଆଡ଼ ପଛପାଖେ ଲୁଛିଥିବାର ସନ୍ଦେହ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଛନ୍ତି । ବୁଧବାର ସକାଳ ଠାରୁ ନନ୍ଦନକାନନ ଭିତରକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ।

କୌଣସି ଲୋକଙ୍କୁ ନନ୍ଦନକାନନ ଭିତରକୁ ଛଡାଯାଉ ନାହିଁ । ଦୁଇଟି ଜଙ୍ଗଲୀ ହାତୀକୁ କିପରି ନନ୍ଦନକାନନ ଭିତରୁ ବାହାର କରାଯିବ, ସେନେଇ ଯୋଜନା କରୁଛନ୍ତି କର୍ତ୍ତୃପକ୍ଷ ।