Friday, March 29, 2024

Top 5 This Week

Related Posts

୧୩ ତାରିଖ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ : ତାପମାତ୍ରାରେ ହେବ ନି ବିଶେଷ ପରିବର୍ତ୍ତନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୯/୦୩) : ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ସେହିପରି ଆସନ୍ତା ୪-୫ଦିନ ପର୍ଯ୍ୟନ୍ତ (୧୩ ତାରିଖ ପର୍ଯ୍ୟନ୍ତ) ରାତି କିମ୍ବା ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି । ଅପରପକ୍ଷେ, ମଙ୍ଗଳବାର ରାଜ୍ୟର ୧୪ଟି ସହରର ତାତି ୩୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ଝାରସୁଗୁଡ଼ାରେ ୩୬.୮ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିବା ବେଳେ ଭଦ୍ରକରେ ୩୬.୨ ଡିଗ୍ରୀ ସେଲସିୟସ୍‌, ରାୟଗଡ଼ା, ବୌଦ୍ଧ ଓ ତାଳଚେରରେ ୩୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଥିଲା ।

ତେବେ ସମ୍ବଲପୁର ଓ ଅନୁଗୁଳରେ ୩୫.୭ ଡିଗ୍ରୀ ସେଲସିୟସ୍‌, ବଲାଙ୍ଗୀରରେ ୩୫.୫ ଡିଗ୍ରୀ ସେଲସିୟସ୍‌, ଟିଟିଲାଗଡ଼ ଓ ସୋନପୁରରେ ୩୫.୨ ଡିଗ୍ରୀ ସେଲସିୟସ୍‌, କଟକ, ବାରିପଦା ଓ ମାଲକାନଗିରିରେ ୩୫ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Popular Articles