Advertisements
Thursday, July 16, 2020
Home Government News ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର (ଓଡିଶା ନ୍ୟୁଜ୨୪): ଆଜି ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି । ସେହିଭଳି ଝାରସୁଗୁଡା ଜିଲ୍ଲାପାଳ ବିଭୁତି ଭୁଷଣ ପଟ୍ଟନାୟକଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏବେ ଅର୍ଚ୍ଚନା ପଟ୍ଟନାୟକ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି ।

ଜଗତସିଂହପୁର ଜିଲ୍ଲାପାଳ ଜାମିନୀ ଷଢଙ୍ଗୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବା ବେଳେ ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ, ସମ୍ବଲପୁର ଜିଲ୍ଲାପାଳ ସ୍ମାରଥ ବର୍ମାଙ୍କୁ ଭୁବନେଶ୍ବର ମହାନଗର ନିଗମର କମିଶନର ଭାବେ, ବିଏମସି କମିଶନର ଥିବା ଶୁଭମ ସକ୍ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଭୁତି ଭୁଷଣ ଦାସଙ୍କୁ ଝାରସୁଗୁଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏଥିସହିତ ପୂର୍ତ୍ତ, ଖଣି ଓ ଇସ୍ପାତ ସଚିବଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିବା ପ୍ରମୋଦ କୁମାର ବେହେରାଙ୍କୁ ରାୟଗଡା ଜିଲ୍ଲାପାଳ ଭାବେ ଏବଂ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ସଚିବ ମନୋଜ କୁମାର ମହାନ୍ତିଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: