Friday, March 29, 2024

Top 5 This Week

Related Posts

୧୦ ଟଙ୍କା ଯାଏଁ ବଢିପାରେ ତେଲ ଦର : ୧୩୦ ଡଲାର ଛୁଇଁଲାଣି ଅଶୌଧିତ ତେଲ ଦର

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୯/୦୩) : ସରିଲା ନିର୍ବାଚନ, ୧୦ ଟଙ୍କା ଯାଏଁ ବଢିପାରେ ତେଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ର ଦର ଯେଭଳି ଆକାଶ ଛୁଆଁ ହୋଇଛି । ଭାରତୀୟ ଖୁଚୁରା ବଜାରରେ ଖୁବଶୀଘ୍ର ଏହାର ପ୍ରଭାବ ପଡିବାକୁ ଯାଉଛି ବୋଲି କୁହାଯାଉଛି ।

୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ତେଲ ଦର ବୃଦ୍ଧି ଉପରେ ବ୍ରେକ୍ ଲଗାଇ ଥିଲେ । ଗତକାଲି ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ତେଣୁ ଖୁବଶୀଘ୍ର ତେଲଦର ୧୦ ଟଙ୍କା ଯାଏଁ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ର ଦର ବ୍ୟାରେଲ ପିଛା ୧୩୦ ଡଲାରରେ ପହଞ୍ଚି ଯାଇଛି । ବଡ କଥା ହେଉଛି ଗତ ବର୍ଷ ନଭେମ୍ବର ୪ ତାରିଖ ପର ଠାରୁ ଆଉ ତେଲ ଦର ବୃଦ୍ଧି କରି ନାହାଁନ୍ତି ତେଲ କମ୍ପାନି । ସେତେବେଳେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୩ ଡଲାରରେ ପହଞ୍ଚି ଯାଇଥିଲା ।

ଫଳରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ କମାଇଥିଲେ । ହେଲେ ଏବେ ଅଶୋଧିତ ତେଲ ୧୩୦ ଡଲାରରେ ପହଞ୍ଚି ଯାଇଛି । ତେଣୁ ତୁରନ୍ତ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୫ ରୁ ୬ ଟଙ୍କା ବଢାଇବାକୁ ଦାବି କରିଛନ୍ତି ଭାରତୀୟ ତେଲ କମ୍ପାନି । ଏବେ ଲିଟର ପିଛା ସେମାନଙ୍କୁ ୧୨ ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡୁଛି ।

ତେବେ ହଠାତ୍ ଦରବୃଦ୍ଧି ନ କରି ସରକାର ଧିରେ ଧିରେ ଦର ବଢାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ସେହିପରି ସରକାର ଟିକସ ନ କମାଇଲେ ଗ୍ରାହକଙ୍କ ଉପରେ ପ୍ରବଳ ଆର୍ଥିକ ବୋଝ ପଡିବ । ତେଲ ଦର ବଢିଲେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ର ଦର ମଧ୍ୟ ବୃଦ୍ଧି ପାଇବ ।

Popular Articles