ପୌର ନିର୍ବାଚନ ପାଇଁ ପୋଲିସ ର ଫ୍ଲାଗ ମାର୍ଚ୍ଚ

0
251
ପୌର ନିର୍ବାଚନ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୮/୦୩) : କାଶୀନଗର ଏନ୍ଏସିରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଆଜି ସଂଧ୍ଯାରେ ଗଜପତି ଏସ୍ ପି ଜୟରାମ ସତପଥୀଙ୍କ ଉପସ୍ଥିତିରେ ପୌର ନିର୍ବାଚନ କୁ ନିରପେକ୍ଷ, ଶାନ୍ତି ଶ୍ରୁଙ୍ଖଳିତ କରିବା ପାଇଁ ସ୍ଥାନୀୟ ପୋଲିସ ଷ୍ଟେସନ ରୁ ବାହାରି ବଜାର ଛକ, ଫରେଷ୍ଟ ଛକ, ବ୍ୟାଙ୍କ ଛକ ଓ ତହସିଲ ଅଫିସ ଯଏଁ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।

ସ୍ଥନୀୟ ଥାନା ଅଧିକାରୀ ସୁସାନ୍ତ କୁମାର ସାହୁ ଓ ଅନ୍ଯାନ୍ଯ ଅଧିନସ୍ଥ କର୍ମଚାରୀ ମାନେ ସହଯୋଗ କରିଥିଲେ । ପ୍ରକାଶ ଥାଉ କି ଗତ କିଛି ଦିନ ତଳେ ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ ସମାପନ ହୋଇଥିଲା । ପୋଲିସ ସବୁ ଜାଗାରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା କରିପାରିଛି । ଏଣୁ ପୌର ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ରେ କରିବା ଲାଗି ଏହି ଭଳି ବ୍ୟବସ୍ଥା କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।