Related Contents

ଲୋଇସିଂହା ନିର୍ବାଚନ ମଣ୍ଡଳୀ-ଇଂରେଜ ଶାସନ ପରି ବିଦେଶୀ ହାତରେ ନ ରହୁ

ଲୋଇସିଂହା (ଓଡିଶା ନ୍ୟୁଜ୨୪): ବଲାଙ୍ଗୀର ୨୦୧୯ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳରେ ଆରମ୍ଭ ହୋଇଛି ଟିକେଟକୁ ନେଇ ଅଙ୍କକଷା | ଲୋଇସିଂହା ଆସନରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେଡି ଓ ବିଜେପିରେ ଦିନକୁ ଦିନ ଆଶାୟୀ ଯେତେ ବଢୁଛନ୍ତି ତା ସହିତ ସେତେ ଦଳୀୟ କନ୍ଦଳ ଜଟିଳ ହେଉଛି |

ଲୋଇସିଂହା ଆସନରୁ ପ୍ରତିନିଧିତ୍ଵ କରୁଥିବା ବିଜେଡି ବିଧାୟକ ଯୋଗେନ୍ଦ୍ର ବେହେରା ୨୦୧୯ ନିର୍ବାଚନରେ ପ୍ରତିନିଧିତ୍ଵ କରିବେ ନାହିଁ ବୋଲି ଘୋଷଣା କରିଥିବା ଯୋଗୁଁ ତାଙ୍କ ସାନ ପୁଅ ନିହାର ରଞ୍ଜନ ବେହେରା ଟିକେଟ ଆଶାରେ ଜୋରଦାର ଉଦ୍ୟମ କରୁଛନ୍ତି | ହେଲେ ଲୋଇସିଂହା ଆସନକୁ ଇଂରେଜ ଶାସନ ଭଳି ବିଦେଶୀ ହାତରେ ଲଗାମ ନ ଦେଇ ନିଜ ନିର୍ବାଚନ ମଣ୍ଡଳୀର ଜଣେ ସ୍ଥାୟୀ ବାସିନ୍ଦାକୁ ପ୍ରାର୍ଥୀ କରିବା ପାଇଁ ବିଜେଡିର କିଛି ଗୋଷ୍ଠୀ ଦାବି କରୁଛନ୍ତି ନଚେତ ତାର ପରିଣାମ ବିଜେଡି ଭୋଗିବ ବୋଲି ଜଣାପଡୁଛି | ଏହାକୁ ନେଇ ଲୋଇସିଂହା ନିର୍ବାଚନମଣ୍ଡଳୀର ଜଣକୁ ଟିକେଟ ଦେବା ନେଇ ସ୍ୱାଭିମାନ ମଞ୍ଚ ବି ଦାବି କରିଛି | ଏମିତିରେ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ସମର୍ଥକ ସମ୍ପତ୍ତି ନନ୍ଦ, ଜୟନ୍ତୀ ବାରିକ, ପ୍ରହ୍ଲାଦ ସୁନା ସମେତ ଶରତ ବାଗ ମଧ୍ୟ ଟିକେଟ ଆଶାରେ ସାମିଲ ହୋଇଛନ୍ତି | ଲୋଇସିଂହା କଂଗ୍ରେସ ରାଜନୀତିରେ ନରସିଂହ ମିଶ୍ର ଓ ଶରତ ପଟ୍ଟନାୟକ ଗୋଷ୍ଠୀ ମଧ୍ୟ କେହି କାହାଠୁ ଉଣା ନାହାନ୍ତି | ଶରତ ପଟ୍ଟନାୟକ ଗୋଷ୍ଠୀର ପ୍ରଭାବ ଏବେ କମି ଯାଇଥିଲେ ମଧ୍ୟ ଆସନ୍ତା ନିର୍ବାଚନରେ କିଛି ଦଳୀୟ କନ୍ଦଳ ହେବ ବୋଲି ଚର୍ଚ୍ଚା ହେଉଛି | ରାଜ୍ୟ ସୋସିଆଲ ମେଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, କଂଗ୍ରେସ ନେତା ଓମପ୍ରକାଶ କୁମ୍ଭାର, ବଳଦେବ ସେଠ, ଗୋବିନ୍ଦ ତାଣ୍ଡି, ତ୍ରିଲୋଚନ ନନ୍ଦ ପ୍ରମୁଖ ଟିକେଟ ଆଶାରେ ରହିଛନ୍ତି | ସେପରି ବିଜେପିରେ ଟିକେଟ ଆଶାରେ ଗଜିନ୍ଦ୍ର ଦଣ୍ଡସେନା, ଭୂତନାଥ ନାଏକ , ବଳରାମ ସା, ଆରଏସଏସ ଯୁବ କର୍ମୀ ସୁନୀଲ ସେଠ, ଯୁବ ନେତା ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ସଙ୍ଗଠନ ସୃଦୁଢ କରିବାରେ ବ୍ୟସ୍ତ | ଏହା ସହିତ ମୁକେଶ ମହାଲିଙ୍ଗ ଚାକିରୀ ଛାଡି ପ୍ରାଥୀ ହେବେ ବୋଲି ସମର୍ଥକ ପ୍ରଚାର କରୁଛନ୍ତି | ଏପରି ସ୍ଥିତିରେ ଦଳୀୟ କାର୍ଯ୍ୟକ୍ରମ ଓ ସଙ୍ଗଠନ ପାଇଁ ଅନେକ ଟଙ୍କା ଖର୍ଚ କରିଥିବା ଆଶାୟୀ ମୁକେଶ ମହାଲିଙ୍ଗଙ୍କୁ ଜନସାଧାରଣ ସହଜେ ଗ୍ରହଣ କରିପାରୁନାହାନ୍ତି | ଅନ୍ୟପକ୍ଷରେ ଆରଏସଏସରୁ ରାଜନୀତିକୁ ଆସିବା ପାଇଁ ଚେଷ୍ଠା କରୁଥିବା ସୁନୀଲ ସେଠଙ୍କୁ ଟିକେଟ ନ ମିଳିଲେ ସେ ମଧ୍ୟ ବିରୋଧ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି | ଆଉ ଗୋଟେ ପଟେ ପୂର୍ଣଚନ୍ଦ୍ର ବିଶ୍ୱାଳଂକ ସାଙ୍ଗଠନିକ ଦୃଢ଼ତାକୁ ଦେଖି ପ୍ରାର୍ଥୀ ହେବା ନେଇ ଜନସାଧାରଣ ଆଶାବାଦୀ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି | ହେଲେ ଦେଖିବାକୁ ଆଉ ଗୋଟେ ମାସ ଭିତରେ ଏ ସବୁ ଚର୍ଚ୍ଚାର ପରିସମାପ୍ତି ନିଶ୍ଚୟ ହେବ ବୋଲି ଆଶା ରଖାଯାଇଛି | ତଥାପି କୌଣସି ପ୍ରକାରେ ବି ଇଂରେଜ ଶାସନ ପରି ବିଦେଶୀଙ୍କ ହାତରେ ଲଗାମ ଦେଲେ ଆଗାମୀ ନିର୍ବାଚନ ରେ ବିଜେଡି, ବିଜେପି କି କଂଗ୍ରେସ ଜନସାଧାରଣଙ୍କ ଆକ୍ରୋସର ଶିକାର ହେବେ ବୋଲି ଅନୁମାନ କରାଯାଏ |

Comments are closed.