ଟି ଏଚ ପି ଇଣ୍ଡିଆ ତରଫରୁ ଆନ୍ତର୍ଜତୀୟ ମହିଳା ଦିବସ ପାଳନ

0
190
ଟି ଏଚ ପି

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୮/୦୩) : ଟି ଏଚ ପି ଇଣ୍ଡିଆ ତରଫରୁ ଏହି ରାଧାନଗର ଠାରେ ବିଶ୍ୱ ମହିଳା ଦିବସ ପାଳନ କରାଯାଇଛି | କ୍ଷେତ୍ର ପ୍ରିଶିକ୍ଷକ ପ୍ରତାପ ମେହେର ଏହି କାର୍ଯ୍ୟକ୍ରମରେ ସମସ୍ତ ଙ୍କୁ ସ୍ଵାଗତ ଜଣାଇ ସହିତ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ।5971755e 8734 4ba0 8200 4eef2c94f0a5 ଟି ଏଚ ପି ଇଣ୍ଡିଆ ତରଫରୁ ଆନ୍ତର୍ଜତୀୟ ମହିଳା ଦିବସ ପାଳନ

ବିଭିନ୍ନ ଗ୍ରାମ ରୁ ଆସିଥିବା ମହିଳା ମାନେ ଆଜି ଦିନ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ । ଟି ଏଚ ପି ଇଣ୍ଡିଆ ର ଏହି କାର୍ଯ୍ୟକ୍ରମରେ କହିଥିଲେ ଯେ ବର୍ତ୍ତମାନ ପରିସ୍ଥିତି ଆଗ ଅପେକ୍ଷା ସମ୍ପୂର୍ଣ୍ଣ ଅଲଗା । ରାଧାନଗର ଏମ୍ବିକେ ପ୍ରଭାତୀ ବାରିକ କହିଥିଲେ ଯେ ଆଗ ଭଳି ଆଉ ମହିଳା ମାନେ ଦୁର୍ବଳ ନୁହନ୍ତି । ଜଳ ଠୁ ଆରମ୍ଭ କରି ଆକାଶ ପଥ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନେ ଆଗୁଆ ।

ତେଣୁ ଆଜିର ଦିନରେ ଆମେ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ ଯେ ନିଜେ କାହାର ପ୍ରଲୋଭନ ଅନ୍ଧବିଶ୍ୱାସ କି କାହାର ପ୍ରବର୍ତନାରେ ଆସିବା ନାହିଁ କି ଅନ୍ୟ କଉ ମହିଳାଙ୍କୁ ମଧ୍ୟ ଆସିବାକୁ ଦେବନାହିଁ । ନିଜେ ନିଜର ପରିଚୟ ସୃଷ୍ଟି କରି ଅନ୍ଧବିଶ୍ୱାସ କୁ ଏଡାଇବା ଏବଂ ପ୍ରରୋଚନା ର ଶିକାର କାହାରିକୁ ହେବାକୁ ବି ଦେବାନି । ଶେଷରେ ସ୍ଥାନୀୟ ସିଆର୍ପି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ |