Related Contents

ବିଡ଼ିଓଙ୍କ ଅଶାଳୀନ ମନ୍ତବ୍ୟ ଓ ବାଲିଗୁଡା ମହୋତ୍ସବ ବିରୋଧ-୧୨ଘଂଟିଆ ବାଲିଗୁଡା ବନ୍ଦ ଡାକରା

ବାଲିଗୁଡା(ବିଭୁତି ଲହରିଆ): କୁଟିକିଆ ସରପଞ୍ଚଙ୍କୁ ବାଲିଗୁଡା ବିଡିଓଙ୍କ ଅଶାଳୀନ ମନ୍ତବ୍ୟ ଓ ବାଲିଗୁଡା ମହୋତ୍ସବକୁ ବିରୋଧ କରି ବାର ଘଣ୍ଟିଆ ବାଲିଗୁଡା ବନ୍ଦଡାକରା |

କନ୍ଧମାଳ ଜିଲ୍ଲା ବାଲିଗୁଡା ମହୋତ୍ସବ କୁଇ ସମାଜର କିଛି ପରିବର୍ତ୍ତନ ନେଇ ବାଲିଗୁଡା ଉପ ଜିଲ୍ଲାପାଳକୁ ଲିଖିତ ଅଭିଯୋଗ କରି ଥିଲେ | ଏହି ସମାଜରେ ଯାଇଥିବା ନେଇ କୁଟିକିଆ ସରପଞ୍ଚ ଦୟାନିଧି ମଳିକକୁ ବିଡିଓ ନରେଶ ଚନ୍ଦ୍ର ଶବର ସର୍ବସାଧାରଣରେ ଧମକଚମକ ଦେବା ସହିତ ଗାଳିଗୁଲଜ କରିଥିଲେ | ଏ ନେଇ ସରପଞ୍ଚ ବାଲିଗୁଡା କୁଇକୁଳ ସମିତିରେ ଲିଖିତ ଜଣାଇଥିଲେ | କୁଇ ସମାଜ ଏହି ଘଟଣାରେ ଏକ ଜରୁରୀ ବୈଠକ ଡାକି ବାଲିଗୁଡା କୁଇ କୁଳ ସମିତି କେନ୍ଦ୍ର ସଭାପତି ଶ୍ରୀକାନ୍ତ ମଳିକ ଶନିବାର ଦିନ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି | ବନ୍ଦ ଡାକରା ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ହୋଇ ଥିବା ବେଳେ ବାଲିଗୁଡାରେ କିଛି ଦୋକାନ ବଜାର ଖୋଲା ରହିଛି | ୫୯ନମ୍ବର ଜାତୀୟ ରାଜପଥକୁ ସମାଜର କର୍ମକର୍ତା ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି | ଏହି ବନ୍ଦ କୁଇ କୁଳ ସମିତି ସହିତ ସରପଞ୍ଚ ସଂଘ ଅନ୍ୟ ଦୁଇ ସଂଗଠନ ସାମିଲ ହୋଇଛନ୍ତି |

Comments are closed.