ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୦୮/୦୩) : ଟିକିରି ସ୍ଥିତ ଆଦିତ୍ୟ ବିର୍ଲା ଗ୍ରୁପ ର ସହଯୋଗ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟେର୍ନେସନଲ ଲିମିଟେଡ଼ କମ୍ପାନୀ ୨୦୨୨ ମାର୍ଚ୍ଚ ୭ ତାରିଖ ଦିନ ରାୟଗଡା ଜିଲ୍ଲା ଦୃଷ୍ଟିହୀନତା ନିରାକରଣ ସୋସାଇଟି ସହିତ ମିଶି ପାଇକ କୂପଖାଲ ଗ୍ରାମରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲେ l
ଟିକିରି ସ୍ଥିତ ଖଣି ଆଖପାଖ ଗ୍ରାମବାସୀ ଙ୍କ ଚକ୍ଷୁଜନିତ ସମସ୍ୟା ଜାଣିବା ତଥା ଆବଶ୍ୟକ ମୁତାବକ ଚିକିତ୍ସା ଯୋଗାଇ ଦେବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ରଖା ଯାଇଥିଲା l ଖଣି ପରିପାର୍ଶ୍ୱକ ଗ୍ରାମବାସୀଙ୍କୁ ଚକ୍ଷୁପରୀକ୍ଷା କରି ଆବଶ୍ୟକ କ୍ଷେତ୍ରରେ ମୋତିଆ ବିନ୍ଦୁ ହୋଇଥିଲେ ଅସ୍ତ୍ରୋପଚାର ନିମନ୍ତେ ଅନ୍ୟତ୍ର ପଠାଇବା, ମାଗଣାରେ ଔଷଧ, ଚଷମା ଯୋଗାଇ ଦେବା ଭଳି ମହତ କାର୍ଯ୍ୟ କରିଛନ୍ତି l ଏହି ଅବସରରେ ଶ୍ରୀ ତପନ ମାହାଲି ଅଣ୍ଡିରାକଞ୍ଚ ଥାନା ଆଇଆଇସି, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l
ଏହା ସହିତ ଡ଼ଃ-ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜିଏମ, ସିଏସଆଇ, ସିଆର ଏଣ୍ଡ ସଷ୍ଟେନେବିଲିଟି, ଡ଼ା ଏମ ସୁରେଶ କୁମାର, ରାୟଗଡା ଜିଲ୍ଲା ସଦର ମହକୁମା ହସ୍ପିଟାଲ ର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ, ଶ୍ରୀ ଶରତ ଶବର, କାଶୀପୁର ତହସିଲଦାର ଶ୍ରୀ ଗିରିଧର ସାହୁ, ମାଇକଞ୍ଚ ଆରଆଇ ଶ୍ରୀ ରସାନନ୍ଦ ସେଠି ଅପଥାଲମିକ ସହକାରୀ, ଜିଲ୍ଲା ସଦର ମହକୁମା ହସ୍ପିଟାଲ ରାୟଗଡା, ଆଶୁତୋଷ ସାହୁ ସବଇନ୍ସପେକ୍ଟର, ଅଣ୍ଡିରାକାଞ୍ଚ ଥାନା ଉଦଘାଟନ କାର୍ଯ୍ୟକ୍ରମରେ ବରଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏମାନଙ୍କ ସହିତ ୟୁଏଆଈଏଲ ର ଅନ୍ୟ ବରିଷ୍ଠ ଅଧିକାରୀ ଓ ସିଏସଆର ପ୍ରଶାସନ ଏବଂ ସସ୍ଟେନବିଲିଟି ଟିମ ଉପସ୍ଥିତ ଥିଲେ l
ଶ୍ରୀ ତପନ ମହାଲି ଉତ୍କଳ ଆଲୁମିନା ର ଏହି ମହତ ପ୍ରୟାସକୁ ପ୍ରଶଂସା କରିବା ସହିତ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିବାରୁ ଗ୍ରାମବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି l ଡ଼ା.ଏମ ସୁରେଶ କୁମାର ଏବଂ ବରିଷ୍ଠ ଚକ୍ଷୁ ବିଷେଶଜ୍ଞ କମ୍ପାନୀ ତରଫରୁ ଆୟୋଜିତ ଏହିପରି ଲୋକ ହିତକର କାର୍ଯ୍ୟକ୍ରମର ପ୍ରଶଂସା କରିବା ସହିତ ଆବଶ୍ୟକତା ଅନୁଯାୟୀ ସମସ୍ତ ସହଯୋଗ ସଦର ମହକୁମା ହସ୍ପିଟାଲ ତରଫରୁ କରିଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l