ଜୟପୁରରୁ ଅଖିଳ ଭାରତୀୟ ଯୁବ ସଂଘ ସାଥୀଙ୍କ ପଥପ୍ରାନ୍ତ ନାଟକ ପାଇଁ ସୁନ୍ଦରଗଡ଼ ଗସ୍ତ

ଜୟପୁର (ସୌମ୍ୟରଂଜନ ସାହୁ): ଜୟପୁର ଅଖିଳ ଭାରତ ଯୁବ ସଂଘର ସାଥି କୁମର ଜାନୀଙ୍କ ନେତୃତ୍ୱରେ ପଥପ୍ରାନ୍ତ ନାଟକ କଳାକାର ମାନେ ସୁନ୍ଦରଗଡ ଜିଲ୍ଲା ପାର୍ଟିର ତିନିଦିନିଆ କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ ପରିବେଷଣ ନିମନ୍ତେ ଯାଉଛନ୍ତି |

ଆଜି ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍ ଯୋଗେ ସୁନ୍ଦରଗଡର ଯୁବନେତା ସାଥି ରାଜେନ୍ଦ୍ର ନାୟକଙ୍କ ଅନୁରୋଧ କ୍ରମେ ଯାଉଛନ୍ତି | ସେଠାରେ ୯ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ତିନଦିନ ରହି ସମାଜର ବ୍ୟବସ୍ଥା ଏବଂ ମଣିଷ ମାନଙ୍କ ଜୀବନ ସମ୍ବନ୍ଧିତ ସ୍ୱରଚିତ ଲେଖାରେ ନାଟକ ପରିବେଷଣ କରିବେ | ଏଥିରେ ଜୟପୁରର ଛାତ୍ରୀ କମ୍ରେଡ୍ ଚଂଚଳା ନାଗ ଓ ଶକୁନ୍ତଳା ପ୍ରଥମ କରିଯାଉଛନ୍ତି | ଏମାନେ ପାର୍ଟିର ଆଗାମୀ ଦିନର ଧ୍ୱଜାଧାରୀ | ଛାତ୍ରସଂଗଠନ ଓ ଯୁବ ସଂଗଠନକୁ ସକ୍ରିୟ କରିବା ପାଇଁ ଏମାନେ ପାର୍ଟି ଅଭିମୁଖୀ ହୋଇ ଅଗ୍ରସର ହେଉଛନ୍ତି | ସୁନ୍ଦରଗଡର ସାଥିମାନେ ଗତ ରାଜ୍ୟସମ୍ମିଳନୀରେ ସାଥି କୁମରଙ୍କ ଉପସ୍ଥାପନାକୁ ସମ୍ମାନ ଜଣାଇବା କୋରାପୁଟର ସାଥି ମାନଙ୍କ ପାଇଁ ଗର୍ବର ବିଷୟ ବୋଲି ଜଣାପଡିଛି |

Comments are closed.