ମହିଳା ମାନଙ୍କ ସଶକ୍ତିକରଣ ପାଇଁ ସମସ୍ତଙ୍କୁ ଗୁରୁତ୍ଵ ଦେବାକୁ ହେବ : ଜିଲ୍ଲାପାଳ

0
317
ମହିଳା ମାନଙ୍କ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, (୮/୩) : ରାୟଗଡା ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ କୋଲନରା ବ୍ଲକ ସମ୍ମିଳନୀ କକ୍ଷ ଠାରେ ମହିଳା ମାନଙ୍କ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।20432583 8c8a 4daa 8c1c 261240f11925 ମହିଳା ମାନଙ୍କ ସଶକ୍ତିକରଣ ପାଇଁ ସମସ୍ତଙ୍କୁ ଗୁରୁତ୍ଵ ଦେବାକୁ ହେବ : ଜିଲ୍ଲାପାଳ

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମିଶ୍ର କିଶୋରୀ ବାଳିକା ମାନଙ୍କର, ମହିଳା ମାନଙ୍କ ସୁରକ୍ଷା ର ଦାୟିତ୍ଵ ଉଭୟ ସମାଜ ଓ ପ୍ରଶାସନର ରହିଛି ବୋଲି ଜୋର ଦେଇ କହିଥିଲେ । କିଶୋରୀ ବାଳିକା ମାନେ ଓ ମହିଳା ମାନେ ସଶକ୍ତ ହେଲେ ହିଁ ସମାଜ ଆଗକୁ ବଢି ପାରିବ ବୋଲି ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ ।

କମ ବୟସରେ ବାହାଘର, ମହିଳା ମାନଙ୍କ ଉପରେ ହେଉଥିବା ହିଂସା, ଘରୋଇ ହିଂସା, ମହିଳା ଚାଲାଣ ଭଳି ସମସ୍ୟା ଗୁଡିକୁ ରୋକିବାକୁ ହେଲେ ସରକାରୀ ଅଧିକାରୀ, ଅଙ୍ଗନବାଡି କର୍ମୀ, ମହିଳା ଗୋଷ୍ଠୀ ଓ କିଶୋରୀ ବାଳିକା ମାନଙ୍କର ବହୁତ ଅବଦାନ ରହିଛି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡା, ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ,କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତାପସ କୁମାର ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ରାୟଗଡା ସ୍ୱୟ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମାନସୀ ମହାନ୍ତି, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଶ୍ରୀମତୀ ପ୍ରଣତି ପାତ୍ର, ଶିଶୁ ମଙ୍ଗଳ ସମିତିର ଅଧକ୍ଷ ଶ୍ରୀ ରାଜକିଶୋର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ବାଲ୍ୟ ବିବାହ ନିଷେଧ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ବିଷୟରେ ମତ ଦେଇ ଥିଲେ ।75461389 9afa 4a9a 8e24 1dc97d0f02c3 ମହିଳା ମାନଙ୍କ ସଶକ୍ତିକରଣ ପାଇଁ ସମସ୍ତଙ୍କୁ ଗୁରୁତ୍ଵ ଦେବାକୁ ହେବ : ଜିଲ୍ଲାପାଳ

ଏହି ଅବସରରେ ମହିଳା ମାନଙ୍କର ସୁରକ୍ଷା ନିମନ୍ତେ ନିଜର ଉଲ୍ଲେଖନୀୟ ଅବଦାନ ଯୋଗୁଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବାଲ୍ୟ ବିବାହ ନିଷେଧ ଅଧିକାରୀ, ଆଇ ସି ଡି ଏସ ସୁପର ଭାଇଜର, ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକା ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଆଇ ସି ଡି ଏସ କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରୀ ପାଢୀ ଓ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ସଂଯୋଜନା କରିଥିଲେ । କୋଲନରା ସମନ୍ଵିତ ଶିଶୁ ବିକାଶ ଯୋଜନାର ସମସ୍ତ କର୍ମଚାରୀ ଆୟୋଜନରେ ସହଯୋଗ କରିଥିଲେ । ରାମନାଗୁଡା ସିଡିପିଓ ଶ୍ରୀମତୀ ଶାନ୍ତିଲତା ରଥ ଧନ୍ୟବାଦ ଅର୍ପଣ କରିଥିଲେ ।