୨ଦିନ ପୂର୍ବରୁ ଆଜି ସରିଲା ବିଧାନସଭା- ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଭୁବନେଶ୍ୱର(ଓଡିଶା ନ୍ୟୁଜ୨୪): ନିର୍ଦ୍ଧାରୀତ କାର୍ଯ୍ୟ ଦିବସର ୨ଦିନ ପୂର୍ବରୁ ଆଜି ବିଧାନସଭା ଅଧିବେଶନ ଶେଷ ହୋଇଛି । ଏହାସହିତ ଆଜିଠାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରଦୀପ କୁମାର ଅମାତ୍ ।

ଚଳିତ ବଜେଟ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଓଡ଼ିଶା ସରକାରଙ୍କର ଭୂୟଶୀ ପ୍ରଶଂସା କରିଥିଲେ । ରାଜ୍ୟପାଳ ତାଙ୍କ ପ୍ରାରମ୍ଭିକ ଅଭିଭାଷରରେ କହିଥିଲେ, ବିଜୁ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି । ପୋଲାଭରମ ଓ ମହାନଦୀ ପାଇଁ ସରକାରଙ୍କ ଲଢେଇ ଜାରି ରହିଥିବା ବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ୧ନଂ ସ୍ଥାନ ଅଧିକାର କରିଛି । ସେହିପରି ରାଜ୍ୟରେ ଚାଷୀଙ୍କ ଆୟ ଗତ ୧୦ବର୍ଷ ମଧ୍ୟରେ ୨ଗୁଣା ହୋଇଛି ।

ଆସନ୍ତା ଏପ୍ରିଲରୁ ଶୂନ୍ୟ ପ୍ରତିଶତ ସୁଧରେ ଚାଷୀମାନଙ୍କୁ ଋଣ ପ୍ରଦାନ କରାଯିବ । ଚଳିତବର୍ଷ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ୪ମାସପାଇଁ ଗତ ୭ତାରିଖରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୯-୨୦ ପାଇଁ ଲେଖାନୁଦାନ ଉପସ୍ଥାପନ କରିଛନ୍ତି । ଲେଖାନୁଦାନ ଉପରେ ଆଜି ବ୍ୟୟମଞ୍ଜୁରୀ ବିଲ୍ ଆଗତ କରାଯାଇଛି ।

Comments are closed.