ସୁବର୍ଣ୍ଣପୁର ମ୍ୟୁନିସିପାଲଟି ରେ ପ୍ରମୁଖ ତିନି ଦଳ ର ପ୍ରାର୍ଥୀଙ୍କ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ

0
166
ସୁବର୍ଣ୍ଣପୁର ମ୍ୟୁନିସିପାଲଟି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୭/୩) : ପୌର ପରିଷଦ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ମ୍ୟୁନିସିପାଲଟି ରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଙ୍କ ନାମ ଘୋଷଣା ହେବା ପରେ ଆଜି ପ୍ରାର୍ଥୀପତ୍ର ଦାଖଲ ର ଶେଷ ଦିନ ହେତୁ ଆଜି ହିଁ ଅଧିକାଂଶ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।WhatsApp Image 2022 03 08 at 12.36.49 PM 1 ସୁବର୍ଣ୍ଣପୁର ମ୍ୟୁନିସିପାଲଟି ରେ ପ୍ରମୁଖ ତିନି ଦଳ ର ପ୍ରାର୍ଥୀଙ୍କ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲWhatsApp Image 2022 03 08 at 12.36.49 PM ସୁବର୍ଣ୍ଣପୁର ମ୍ୟୁନିସିପାଲଟି ରେ ପ୍ରମୁଖ ତିନି ଦଳ ର ପ୍ରାର୍ଥୀଙ୍କ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ

ପୂର୍ବତନ ଉପ ନଗରପାଳ ତାମସୀ ତାମସ୍ମୀତା ନାୟକଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି ନଗରପାଳ ପାଇଁ ଟିକଟ ପ୍ରଦାନ କରିଥିବାରୁ ସୁବର୍ଣ୍ଣପୁର ମ୍ୟୁନିସିପାଲଟି ରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ବିଜେପି ପକ୍ଷରୁ ପୌରାଧ୍ୟକ୍ଷା ପଦ ପାଇଁ ବିଜେପି ଜିଲ୍ଲା ଆଇଟିସେଲ୍ ମୁଖ୍ୟ ସୁନିତା ଗିରି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ରାଜଶ୍ରୀ ଦ୍ୱିବେଦୀଙ୍କୁ କଂଗ୍ରେସ ଦଳ ଟିକଟ ପ୍ରଦାନ କରିଥିବାରୁ ସେ ପୌରାଧ୍ୟକ୍ଷ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିପରି ବିଭନ୍ନ ୱାର୍ଡ ପାଇଁ ତିନି ପ୍ରମୁଖ ଦଳ ସମେତ ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।