Related Contents

୩୦ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ଅନୁଷ୍ଠିତ

କୋଦଳା (ଜଗନ କୁମାର ସେଠି): କୋଦଳା ଥାନା ପକ୍ଷରୁ ଆଜି ସ୍ଵର୍ଣ୍ଣମୟୀ ହାଇସ୍କୁଲ ପରିସରରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ଦିବସ ଅନୁଷ୍ଠିତ ସହ ଆମ ପୋଲିସ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି |

ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ପ୍ରଚାର କରି ସଚେତନ ରହିବା ପାଇଁ କହିଥିଲେ | ଜାତୀୟ ସଡ଼କ ସୁରକ୍ଷା ବିଷୟରେ ସୁଚାରୁ ରୂପେ କୁହାଯାଇଥିଲା | କୋଦଳା ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସେଠୀ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରି ମୋଟର ଯାନ ଆଇନ ସମ୍ପକରେ ସମେସ୍ତ ଅବଗତ ହେବା ସହ ସୁରକ୍ଷା ପାଇଁ ଗାଡି ଚାଳନା ସମୟରେ ହେଲମେଣ୍ଟ ଓ ସିଟ ବେଲ୍ଟ ପିନ୍ଧିବା, ମଦ୍ୟପାନରୁ ନିବୃତ ରହିବା ସହ ଦ୍ରୁତ ଗତିରେ ଗାଡି ଚାଳନା ନ କରିବା ପାଇଁ ଥାନା ଅଧିକାରୀ ଶ୍ରୀ ସେଠୀ ମତ ଦେଇଥିଲେ | ନଗର ପରିକ୍ରମା କରିବା ପରେ ବିଦ୍ୟାଳୟରେ ଆମ ପୋଲିସ ସମିତି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏହାର ପଦ୍ଧତି ସହିତ ଦିଗଦର୍ଶନ ଶିକ୍ଷା ଦିଆଯାଇଥିଲା | ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଦଳା ଥାନା ଏସଆଇ ଶ୍ରୀ ଅନିଲ କୁମାର ସାହୁ, ଶ୍ରୀ ଲୋକନାଥ ବେହେରା, ସ୍କୁଲ ପ୍ରଧାନ ଶିକ୍ଷକ ଲଡୁକିଶୋର ସାହୁ, ଶିକ୍ଷାବିତ ଉପମନ୍ୟୁ ଶତପଥି ଏବଂ ସ୍ୱୟଂସହାୟିକା ସଭ୍ୟା ଉପସ୍ଥିତ ଥିଲେ |

Comments are closed.