Friday, March 29, 2024

Top 5 This Week

Related Posts

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୮ କରୋନା ପଜିଟିଭ ଚିହ୍ନଟ, ୧୬ ଜଣ ୧୮ ବର୍ଷରୁ କମ୍ ବର୍ଗର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୦୩) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬ ଜଣ ୧୮ ବର୍ଷରୁ କମ୍ ବୟସ ର ଶିଶୁ- କିଶୋର ଥିବା ଜଣାଯାଇଛି ।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ୧୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୪ ଜଣ, ଭଦ୍ରକ ଜିଲ୍ଲାରୁ ୧ ଜଣ, ବରଗଡ଼ ଜିଲ୍ଲାରୁ ୧ ଜଣ, ବଲାଙ୍ଗୀରରୁ ୨ ଜଣ, କଟକରୁ ୨ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ଜିଲ୍ଲାରୁ ୨ ଜଣ, ଗଜପତିରୁ ୧୪ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୧ ଜଣ, ଯାଜପୁରରୁ ୮ ଜଣ ।

ଝାରସୁଗୁଡ଼ାରୁ ୧୧ ଜଣ, କଳାହାଣ୍ଡର ଜିଲ୍ଲାରୁ ୨ ଜଣ କେନ୍ଦ୍ରାପଡ଼ାରୁ ୭ ଜଣ, ଖୋର୍ଦ୍ଧାରୁ ୬ ଜଣ, କୋରାପୁଟରୁ ୫ ଜଣ, ମୟୂରଭଞ୍ଜରୁ ୬ ଜଣ, ସମ୍ୱଲପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୮ ଜଣ , ସୋନପୁର ଜିଲ୍ଲାରୁ ୧ ଜଣ ଓ ଷ୍ଟେଟ ପୁଲରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୮୬, ୧୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୨, ୭୫, ୭୬୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧, ୧୯୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Popular Articles