Related Contents

ବାପାଙ୍କ ଚାକିରୀ ପାଇଁ ଭାଇକୁ ହତ୍ୟା ଅଭିଯୋଗ, ଗୁଳିବିଦ୍ଧ ଶବ ଉଦ୍ଧାର

ଦେବଗଡ଼ (ଓଡିଶା ନ୍ୟୁଜ୨୪): ଆଜି ସକାଳେ ଦେବଗଡ଼ ଏସ୍‌ପି କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଏକ ଘରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରାଜେନ୍ଦ୍ର ବଳୁଆ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଗତକାଲି ରାତିରେ ରାଜେନ୍ଦ୍ରଙ୍କ ଘରକୁ ବସାଲଇ ଗାଁରେ ରହୁଥିବା ତାଙ୍କ ବଡଭାଇ ସଚ୍ଚିଦାନନ୍ଦ ବଳୁଆ ଆସିଥିଲେ । କୌଣସି କାରଣରୁ ଦୁଇଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଜି ତାଙ୍କ ଘର ଆଗରେ ରାଜେନ୍ଦ୍ରଙ୍କ ଗୁଳିବିଦ୍ଧ ମୃତଦେହ ଦେଖିବାକୁ ମିଳିଥିଲା । ଖବରପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଘରର ପାଚେରି ବାହାରେ ପଡ଼ିଥିବା ସଚ୍ଚିଦାନନ୍ଦର ମୋବାଇଲକୁ ପୁଲିସ୍ ଜବତ କରିଛି ।

ମିଳିଥିବା ସୂଚନା ଅନୁସାରେ, ମୃତ ରାଜେନ୍ଦ୍ର ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ବାପା ବୈଷ୍ଣବ ବଳୁଆ ରେଙ୍ଗାଳି ଡ୍ୟାମ ପ୍ରୋଜେକ୍ଟ ଜୋନ ଅଫିସରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଉତ୍ତରାଧିକାରୀ ଭିତ୍ତିରେ ଚାକିରି ପାଇଁ ଦୁଇଭାଇ (ସଚ୍ଚିଦାନନ୍ଦ ଓ ରାଜେନ୍ଦ୍ର)ଙ୍କ ମଧ୍ୟରେ ବିବାଦ ଦେଖାଦେବା ସହ ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା । ଏହି କ୍ରମରେ ଗତକାଲି ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାକୁ ନେଇ ରାଜେନ୍ଦ୍ରେଙ୍କୁ ହତ୍ୟା କରାଯାଇ ପାରିଥାଏ ବୋଲି ପୁଲିସ ସନ୍ଦେହ କରୁଛି।

Comments are closed.