ସିଆରପିଏଫ ପକ୍ଷରୁ ଜନ ସମ୍ପର୍କ ମେଲା ଅନୁଷ୍ଠିତ

0
301
ସିଆରପିଏଫ ପକ୍ଷରୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୭/୩) : ରାୟଗଡା ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଫାଣ୍ଡି ସିଆରପିଏଫ ପକ୍ଷରୁ ମାଓବାଦୀ ଅଞ୍ଚଳରେ ରେଡ଼ିଓ ସେଟ ଓ ବିଶୁଦ୍ଧ ଜଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ରେ ପୁଲିସ ମହାନିରୀକ୍ଷକ (ଆଇଜି) ଓଡ଼ିଶା ସେକ୍ଟର ଭୁବନେଶ୍ୱର ଶ୍ରୀ ସଂଗ୍ରାମ କେଶରୀ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏଫ ପକ୍ଷରୁ (୧୦୪ ବାଟାଲିୟନ) ବିଜେପୁର ରେ ଏକ ଜନ ସମ୍ପର୍କ ଶିବିର ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ସେଥିରେ ୪ ବାଟାଲିୟନ କମାଣ୍ଡଡେଣ୍ଟ ମୋନଜ କୁମାର ୟାଦବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୪୫ ଟି ରେଡ଼ିଓ ସେଟ ଓ ୩୬ ଟି ଜଳ ବିଶୁଦ୍ଧ ମେସିନ ବଣ୍ଟନ କରି ଜନତା ଙ୍କୁ ଉଦବୋଧନ କରିଥିଲେ ।

୧୦୪ ବାଟାଲିୟନ ବିଜେପୁର ପକ୍ଷରୁ ପ୍ରାୟ ୨୫୦ ଜଣଙ୍କ ପାଇଁ ଅର୍ଣ୍ଣ ଭୋଜନ କରାଯାଇଥିଲା । ଏଥିରେ ସିଆରପିଏଫ ୪ ବାଟାଲିୟନ ଦ୍ୱିତୀୟ କମାଣ୍ଡ ଅଧିକାରୀ ସୁଶୀଲ କୁମାର ଠାକୁର, ଶ୍ରୀ କପିଙ୍ଗ ଗିଲ ବମାନ, ଶ୍ରୀ ଜ୍ୟୋତି ମୟ ଆଚାର୍ଯ୍ୟ, ରମେଶ କୁମାର, ସହାୟକ କମାଣ୍ଡାଣ୍ଟ ଶ୍ରୀ ରାଜ ପ୍ରକାଶ ଭିହାରୀ, ବିଜେପୁର ସରପଞ୍ଚ ଟିକା ମାଝୀ, ବିଜେପୁର ଥାନା ପ୍ରଭାରୀ ପ୍ରସାନ୍ତ କୁଳାହରସ, ଏଫ /୪ ବାଟାଲିୟନ ର ସମସ୍ତ ଯବାନ ସହଯୋଗ କରିଥିଲେ । ଏଥିରେ ଅମିତ ସାହୁ ଭମେସ ସାହୁ, ନିଲାଞ୍ଚଳ ରାଉତ, ଦିପକ ମାଝୀ, କାର୍ଯ୍ୟକ୍ରମ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।