Related Contents

କାଠ ବୋଝେଇ ଟ୍ରକ ଟାଟା ମାଜିକ ଦୁର୍ଘଟଣା ଗ୍ରସ୍ତ, ଟାଟା ମାଜିକ ଚାଳକ ମୃତ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡ଼ ଜେ କେ ପୁର ୩୨୬ ନ ଜାତୀୟ ରାଜପଥରେ ଖାଲୀଗୁଡ଼ା ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି |

ଏକ କାଠ ବୋଝେଇ ଟ୍ରକ ଓଆର ୧୮ସି ୧୬୭୭ ଯେକେ ପୁର ଅଭିମୁଖେ ଯାଉଥିବା ସମୟରେ ଖାଲୀଗୁଡ଼ା ଠାରେ ପ୍ରଥମେ ଏକ କାରକୁ ଧକ୍କା ଦେଇଥିଲା | ଟ୍ରକ ଧକ୍କାରେ କାର ଟି ରାସ୍ତାର ଅନ୍ୟ ପାର୍ଶ୍ୱକୁ ଚାଲିଯାଇଥିଲା | କାରରେ ବିସିଥିବା ଯାତ୍ରୀ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ କିନ୍ତୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ପିକ ଅପ ଗାଡି ଓଡି ୧୮ବି ୧୬୫୨ ଉପରେ ଧକ୍କା ଦେବା ଦ୍ୱାରା ପିକ ଅପ ଗାଡିଟି ଓଲଟି ପଡିଥିଲା | ଗାଡି ଉପରେ କାଠ ମାନ ପଡିଯାଇଥିଲା ଯଦ୍ୱାରା ପିକ ଅପ ଗାଡି ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା | ଖବରପାଇ ଉଭୟ ଚାନ୍ଦିଲି ଓ ରାୟଗଡ଼ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଆୟତ୍ତ କରିଥିଲେ | ରାସ୍ତାର ଉଭୟ ପଟ ପ୍ରାୟ ୪ଘଣ୍ଟା ଧରି ଗାଡି ମାନ ଅଟକି ରହିଥିଲା | ସ୍ଥାନୀୟ ଲୋକ ଓ ଅଗ୍ନି ସମ ବିଭାଗ କର୍ମଚାରୀ ମିଳିତ ଭାବେ ଗାଡି ଉପରି କାଠମାନ ବାହାର କରିଥିଲେ | କ୍ରେନ ସାହାଯ୍ୟରେ ଉଭୟ ଟ୍ରକ ଓ ପିକ ଅପ ଗାଡି ଉଠାଇ ଶବକୁ ବାହାର କରିଥିଲେ | ଚାନ୍ଦିଲି ପୋଲିସ ଶବ ଜବତ କରି ବ୍ୟବଛେଦ ନିମନ୍ତେ ରାୟଗଡା ଡାକ୍ତରଖାନାକୁ ପଠାଇ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଲାକ କୁ ଅଟକ ରଖି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି |

Comments are closed.