ମେଡ଼ିସିନ ଗୋଦାମରେ ଅଗ୍ନିକାଣ୍ଡ, ୧୦ ଲକ୍ଷରୁ ଉର୍ଦ୍ଧ ସାମଗ୍ରୀ ନଷ୍ଟ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାଲକାନଗିରି ସଦର ମହକୁମା ମୁନସିପାଲଟି ଅଫିସ ସାମନାରେ ସୁବ୍ରତ ମେଡିକାଲ ଦୋକାନର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଛି ।

ଅଗ୍ନିକାଣ୍ଡର କାରଣ ଏ ଯାଏଁ ଅସ୍ପଷ୍ଟ ଥିଲେ ମଧ୍ୟ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇ ପାରେ ବୋଲି ଜିଲ୍ଲା ଅଗ୍ନିଶମ ବିଭାଗ ସନ୍ଦେହ କରୁଛି । ଅଗ୍ନିକାଣ୍ଡର ଖବର ପାଇ ବିଭାଗ ତରଫରୁ ନିଆଁକୁ ଆୟତ୍ତ କରିବାରେ ଲାଗିପଡିଥିଲେ । ଅଗ୍ନିକାଣ୍ଡ ପ୍ରକୋପକୁ ଆୟତ୍ତ କରିବା ପାଇଁ ବିଭାଗ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପୋଖରୀରୁ ପମ୍ପ ସହାୟତାରେ ନିଆଁକୁ ଆୟତ୍ତ କରିବାକୁ ଜଳଯୋଗାଣ କରାଯାଇଥିଲା । ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସଠିକ ଆକଳନ ହୋଇ ନ ଥିବା ବେଳେ ଆନୁମାନିକ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡର ସଠିକ କାରଣକୁ ନେଇ ଜିଲ୍ଲା ଅଗ୍ନିଶମ ବିଭାଗ ତଦନ୍ତ ଜାରି ରଖିଥିବା ବେଳେ ସ୍ଥାନୀୟ ଜନସାଧାରଣ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବିଭାଗକୁ ସହାୟତା କରିଥିଲେ ।

Comments are closed.