Tuesday, March 19, 2024

Top 5 This Week

Related Posts

ସା ରେ ଗା ମା ପା ର ବିଜେତା ହେଲେ ନୀଲଞ୍ଜନା ରାୟ : ଟ୍ରଫି ସହ ଜିତିଲେ ୧୦ ଲକ୍ଷ ଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୭/୦୩) : ଗତକାଲି ଜି’ର ଲୋକପ୍ରିୟ ସିଙ୍ଗିଂ ରିଆଲିଟି ଶୋ’ ସା ରେ ଗା ମା ପା’ ର ଫାଇନାଲ୍ ହୋଇଥିଲା । ଏହି ଶୋ’ରେ ନୀଲଞ୍ଜନା ରାୟ ବିଜେତା ହୋଇଛନ୍ତି ।

ସା ରେ ଗା ମା ପା ରେ ସେ ରାଜଶ୍ରୀ ବାଗ ଏବଂ ଶରଦ ଶର୍ମାଙ୍କୁ ପଛରେ ପକାଇ ଟାଇଟଲ୍ ହାସଲ କରିଛନ୍ତି । ଫାଇନାଲ ରାଉଣ୍ଡରେ ବଲିଉଡ ର ଜଣାଶୁଣା ଗାୟକ ଉଦିତ ନାରାୟଣ ଏବଂ ଶିଳ୍ପା ରାଓ ମଧ୍ୟ ଉପସ୍ଥିତ ଥିଲେ ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରୁଥିବାର ନଜର ଆସିଥିଲେ । ରାଜଶ୍ରୀ ବାଗ ପ୍ରଥମ ରନର୍ ଅପ୍ ଏବଂ ଶରଦ ଶର୍ମା ଦ୍ୱିତୀୟ ରନର୍ ଅପ୍ ହୋଇଥିବା ବେଳେ ନୀଲଞ୍ଜନା ୱିନର ହୋଇଥିଲେ ।

ନୀଲାଞ୍ଜନାଙ୍କୁ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଅନ୍ୟପକ୍ଷରେ ରାଜଶ୍ରୀଙ୍କୁ ୫ ଲକ୍ଷ ଟଙ୍କା ଏବଂ ଶରଦଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ଶୋ’ରେ ନୀଲଞ୍ଜନା ରାୟ, ରାଜଶ୍ରୀ ବାଗ, ଶରଦ ଶର୍ମା, ଅନନ୍ୟା ଚକ୍ରବର୍ତ୍ତୀ, ସ୍ନିଗ୍ଧଜିତ୍ ଏବଂ ସଞ୍ଜନା ଭଟ୍ଟ ଟପ୍ ୬ ଫାଇନାଲିଷ୍ଟରେ ପହଞ୍ଚି ଥିଲେ ।

ୱିନର ହେବା ପରେ ସେ କହିଛନ୍ତି, ‘ସା ରେ ଗା ମା ପା’ ର ଟ୍ରଫି ଜିତିଥିବାରୁ ମୁଁ ବହୁତ ଖୁସି ଏବଂ ମୁଁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେଉଛି । ମୁଁ ବିଶ୍ୱାସ କରିପାରିବି ନାହିଁ ଯେ ଏହି ଚମତ୍କାର ଆଶ୍ଚର୍ଯ୍ୟଜନକ ଯାତ୍ରା ମୋର ଶେଷ ହୋଇଛି । ସମସ୍ତ ଜଜ୍‌ଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଛି, ଆଗକୁ ମଧ୍ୟ ମିଳିବ । ଆମର ପରାମର୍ଶଦାତା ଏବଂ ଜୁରି ସଦସ୍ୟମାନେ ବହୁତ ସାହାଯ୍ୟ କରିଛନ୍ତି । ମୁଁ ରିହର୍ସାଲ୍ ଏବଂ ଟ୍ରେନିଂ ସମୟକୁ ବହୁତ ମନେ ପକାଇବି ।

Popular Articles