Friday, March 29, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲା ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ଧଳପୁର, (୦୭/୦୩) : ବୌଦ୍ଧ ଜିଲ୍ଲା ଭୈରବୀ କନିଷ୍ଠ ମହାବିଦ୍ୟାଳୟ, ପୁରୁଣାକଟକ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୨ ଅନୁଷ୍ଠିତ ହୋଇଯାଇଛି ।

ଏହି କ୍ରୀଡା ଉତ୍ସବ ର ଉଦଘାଟନୀ ଦିବସକୁ ବୌଦ୍ଧ ଜିଲ୍ଲା ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ପାଠୀ ଉଦଘାଟନ କରି ଛାତ୍ର ଛାତ୍ରୀଙ୍କୁ ଖେଳୁଆଡ଼ ମନୋଭାବ ନେଇ ଖେଳିବାକୁ ଉଦବୋଧନ ଦେଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ୍ରୀଡା ର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଉଦଘାଟନ ଉତ୍ସବରେ ୨୦୦ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

ମହାମାରୀ କରୋନା ର ଦୀର୍ଘ ଦିନ ପରେ ଅଧକ୍ଷଙ୍କ ପ୍ରୟାସରେ ଏମିତି ଏକ କ୍ରୀଡା ଉତ୍ସବ ଛାତ୍ର ଛାତ୍ରୀଙ୍କ ମହଲରେ ଖୁସି ର ଲହରୀ ଦେଖିବାକୁ ମିଳିଥିଲା । ପି ଇ ଟି ରଞ୍ଜନ କୁମାର ପାଣିଗ୍ରାହୀ, ରଞ୍ଜନ କୁମାର ଯୋଶୀ, ମଧୁସୂଦନ ଦେହୁରୀ, ଲଷ୍ମୀଧର ସାହୁ ପ୍ରମୁଖଙ୍କ ସହିତ ମହାବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଉକ୍ତ ଉତ୍ସବରେ ସକ୍ରିୟ ସହଯୋଗ କରିଥିଲେ ।

ଆସନ୍ତା କାଲି ବାର୍ଷିକ କ୍ରୀଡା ଉତ୍ସବ ର ଉଦଯାପନୀ ଉତ୍ସବ ପାଳନ ହେବ ବୋଲି ଅଧ୍ୟକ୍ଷ ମନୋଜ ପାଠୀ ସୂଚନା ଦେଇଛନ୍ତି ।

Popular Articles